ଏନ୍‌ଏସି ମାନ୍ୟତା ନ ମିଳିବାରୁ ୧୨ ଘଣ୍ଟିଆ ବନ୍ଦ

ଭୁବନେଶ୍ୱର,୨୫।୨: ବୌଦ୍ଧ ଜିଲା ପୁରୁଣାକଟକକୁ ଏନ୍‌ଏସି ମାନ୍ୟତା ନ ମିଳିବାରୁ ରବିବାର ପ୍ରତିବାଦ କରାଯାଇଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ପୁରୁଣାକଟକ ବନ୍ଦ ଡାକରା ଦିଆଯାଇଥିଲା। ଫଳରେ ପୁରୁଣାକଟକ ସହରରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ଠପ ହୋଇଯାଇଥିଲା। ପୁରୁଣାକଟକ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଓ ଜନସାଧାରଣ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରିଥିଲେ। ପୁରୁଣାକଟକକୁ ଏନ୍‌ଏସି ମାନ୍ୟତା ଦେବାକୁ ବାରମ୍ବାର ଦାବି ସତ୍ତ୍ୱେ ସରକାର ଅଣଦେଖା କରିଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି।

ସେହିପରି ବଲାଙ୍ଗୀର ଲୋଇସିଂହାରେ ମଧ୍ୟ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ସକାଳ ୬ଟାରୁ ସା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ସହ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏପରିକି ଆନ୍ଦୋଳନକାରୀ ବିଭିନ୍ନ ଛକରେ ଟାୟାର ଜାଳି ପ୍ରତିବାଦ କରିଥିଲେ। ଦୀର୍ଘ ଦିନରୁ ଲୋଇସିଂହାକୁ ଏନ୍‌ଏସି ମାନ୍ୟତା ପାଇଁ ଦାବି ହୋଇ ଆସୁଥିଲା। କିନ୍ତୁ ରାଜ୍ୟ ସରକାର ଏହାକୁ ତାଲିକାରୁ ବାଦ ଦେଇଥିବାରୁ ଜନସାଧାରଣଙ୍କ ମଧ୍ୟରେ ଜନ ଅସନ୍ତୋଷ ଦେଖାଦେଇଛି।

Share