କୋରାପୁଟରେ ୧୨ ଘଣ୍ଟିଆ ବନ୍ଦ ପାଳନ

କୋରାପୁଟ,୪ା୧୦: କୋରାପୁଟ ଜିଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଯୋଗୁ ଜିଲାରେ ଗାଡ଼ି ଚଳାଚଳ ସମ୍ପୂର୍ଣ ଭାବେ ଠପ୍‌ ଓ ଦୋକାନ ବଜାର ବନ୍ଦ ରହିଛି। ଜିଲା କ୍ରିୟାନୁଷ୍ଠାନ କମିଟିର ରୂପକ କୁମାର ତୁରୁକ, ପଦ୍ମନାଭ ଜାନି, ଶିବ ମୁଦୁଲିଙ୍କ ସମେତ କଂଗ୍ରେସର ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣ ଶଗଡ଼ିଆ, ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗି, ପୂର୍ବତନ କୋରାପୁଟ ବିଧାୟକ ରଘୁରାମ ପୋଡାଲ, ପୂର୍ବତନ ବିଧାୟକ ପ୍ରଫୁଲ ପାଙ୍ଗି, ନିମାଇ ସରକାର, ବାବୁଲା ବେନିଆଙ୍କ ସମେତ କଂଗ୍ରେସ, ବିଜେଡିର ବହୁ ନେତା କର୍ମୀ ସାମିଲ ହୋଇ ସହରର ଟ୍ରାଫିକ ଛକ, କଲେଜ ଛକ, ସଦର ଥାନା ସମ୍ମୁଖ, କୋରାପୁଟ ଜୟପୁର ରାସ୍ତାର ବାଟ ମଙ୍ଗଳା ମନ୍ଦିର ସମ୍ମୁଖ ୨୬ ନଂ ଜାତୀୟ ରାଜପଥ ଅବରୋଧ କରି ଜିଲାଭିତ୍ତିକ ନିଯୁକ୍ତି ଦାବି କରିଥିଲେ।
ସେହିପରି ଜୟରାମ ତାଙ୍କ ବକ୍ତବ୍ୟରେ ଜିଲାଭିତ୍ତିକ ଦାବିକୁ ସମର୍ଥନ କରି ୩ ଓ ୪ର୍ଥ ଶ୍ରେଣୀର ଚାକିରିରେ ଜିଲାର ଯୁବତୀଯୁବକଙ୍କୁ ନିଯୁକ୍ତି ଦିଆଯାଉ ନଚେତ ଅବିଭକ୍ତ କୋରାପୁଟ ଜିଲାକୁ ନେଇ ଏକ ସ୍ବତନ୍ତ୍ର ରାଜ୍ୟ ଗଠନ କରାଯିବ ବୋଲି ପ୍ରକାଶ କରିଛନ୍ତି।

Share