ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା: ୧୨ ଘଣ୍ଟିଆ ବନ୍ଦ ପାଳନ

ସଜନାଗଡ଼,୧୩।୪(ଡି.ଏନ୍‌.ଏ.): ସାମ୍ବାଦିକଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡି ପକାଇବା ଘଟଣାରେ ତିନି ଦଫା ଦାବି ନେଇ ବାଲେଶ୍ୱର ଜିଲା ନୀଳଗିରି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସାମ୍ବାଦିକଙ୍କ ପରିବାରକୁ ୫ ଲକ୍ଷ କ୍ଷତିପୂରଣ, ତାଙ୍କ ବିରୋଧରେ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର, ଅଭିଯୁକ୍ତ ଆଇଆଇସି ଓ ସବଇନ୍ସପେକ୍ଟରଙ୍କୁ ନିଲମ୍ବନ ସହ ଅପରାଧିକ ମାମଲା ରୁଜୁ କରି ଗିରଫ କରାଯିବା ପାଇଁ ଦାବି ହୋଇଛି । ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି କୁହାଯାଇଛି । ବନ୍ଦ ବେଳେ ଶିକ୍ଷାନୁଷ୍ଠାନ ଓ ଜରୁରୀକାଳୀନ ସେବାକୁ ଛାଡ଼ି ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ, କୋର୍ଟ, କଚେରୀ, ଯାନବାହାନ, ଦୋକାନ ବଜାର ସାନ୍ତିପୂର୍ଣ୍ଣ ଭାବେ ବନ୍ଦ ରହିଛି ।