ପାଇକମାଳ, ୫।୧୧(ଡି.ଏନ.ଏ.): ପାଇକମାଳକୁ ଏନ୍ଏସି ଘୋଷଣା, ପାଇକମାଳ ପିଏଚ୍ସିକୁ ସିଏଚ୍ସି କରିବା, ୧୩୨/୩୩ କେଭି ଗ୍ରୀଡ୍ ସ୍ଥାପନ, ଜେଏମ୍ଏଫ୍ସି କୋର୍ଟ ଶୀଘ୍ର ଖୋଲିବା ଓ ପଦ୍ମପୁରକୁ ଜିଲା ଘୋଷଣା କରିବା ଦାବି କରି ଶୁକ୍ରବାର ୧୨ ଘଣ୍ଟିଆ ପାଇକମାଳ ବନ୍ଦ ପାଳନ କରାଯାଇଛି। ଏହି ବନ୍ଦ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କରାଯାଇଥିଲା। ଏହି କ୍ରମରେ ସ୍ଥାନୀୟ ନାଗରିକ କମିଟି ଓ ବଣିକ ସଂଘର ସଭ୍ୟମାନେ ପିକେଟିଂ କରି ପାଇକମାଳ ମୁଖ୍ୟଛକରେ ଥିବା ସମସ୍ତ ଦୋକାନ ବଜାର, ସରକାରୀ, ବେସରକାରୀ ଅନୁଷ୍ଠାନ, ସ୍କୁଲ, କଲେଜ ବନ୍ଦ କରାଇଥିଲେ। ଏ ନେଇ ପାଇକମାଳ ନାଗରିକ କମିଟି ଓ ବଣିକ ସଂଘର କର୍ମକର୍ତ୍ତା ଗୁରୁବାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ। ବିନୋଦ କାଲିଆ, ନୀଳମଣି ପଣ୍ତା, ସୁବ୍ରତ ସାହୁ, ସୁଶାନ୍ତ ନାଗ, ଗୋବର୍ଦ୍ଧନ ଅଗ୍ରୱାଲ, ଯୁଗଳ ମେହେର, ନବିନ ଅଗ୍ରୱାଲ, ଆକାଶ ପାଣିଗ୍ରାହୀ, ରୋଶନ ପାଣିଗ୍ରାହୀ, କମଳେଶ ଅଗ୍ରୱାଲ ପ୍ରମୁଖ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।