ପଦ୍ମପୁରକୁ ସ୍ବତନ୍ତ୍ର ଜିଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ

ପଦ୍ମପୁର,୧୬ା୧(ପ୍ରଦୀପ୍ତ ଦାଶ ): ପଦ୍ମପୁରକୁ ସ୍ବତନ୍ତ୍ର ଜିଲା ମାନ୍ୟତା ଦାବି ନେଇ ଜିଲା ଗଠନ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ମଙ୍ଗଳବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ। ଏନେଇ ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ ପାଳନ କରୁଛନ୍ତି। ବନ୍ଦର ପ୍ରଭାବରେ ଯାନବାହାନ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ, ସ୍କୁଲ, କଲେଜ ପ୍ରମୁଖ ବନ୍ଦ ରହିଛି। ବନ୍ଦ ପାଳନକୁ ସ୍ଥାନୀୟ ଜନସାଧାରଣଙ୍କ ସହ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମର୍ଥନ କରାଯାଇଛି।

ଆନ୍ଦୋଳନରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ଆଇନଜୀବୀ ସନ୍ତୋଷ କୁମାର ଶତପଥୀ, ସମ୍ପାଦକ ଚିନ୍ମୟ କୁମାର ପଣ୍ଡା, ସଂଯୋଜକ ଅଜିତ କୁମାର ଶତପଥୀ ପ୍ରମୁଖ ନେତୃତ୍ୱ ନେଇଛନ୍ତି।

ପଦ୍ମପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ପଦ୍ମପୁରକୁ ସ୍ବତନ୍ତ୍ର ଜିଲାର ମାନ୍ୟତା ଦେବାକୁ ଘୋଷଣା କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ତାହା ହୋଇପାରି ନାହିଁ ବୋଲି ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରିବା ଉପରେ ୭ ମାସ କଟକଣା

ଭୁବନେଶ୍ୱର,୧।୧୧: ଗହୀର ମଥା ସାମୁଦ୍ରିକ ଅଭୟାରଣ୍ୟରେ ଆଜିଠାରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ୭ ମାସ ମାଛ ଧରିବା ଉପରେ ବନ ବିଭାଗ ପକ୍ଷରୁ କଟକଣା...

ସ୍କ୍ରବ ଟାଇଫସ୍‌ ନେଲା ଆଉ ଜଣଙ୍କ ଜୀବନ

ବିନିକା,୧।୧୧: ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଜିଲା ବୁର୍ଲା ଏକ ଘରୋଇ ନର୍ସିଂ ହୋମ୍‌ରୁ...

ଆମ୍ବ ଟାକୁଆ ଖାଇ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି ୬ ବ୍ୟକ୍ତି: ସ୍ବାସ୍ଥ୍ୟ ବିଭାଗର ତଦନ୍ତ ଆରମ୍ଭ

ଦାରିଙ୍ଗବାଡି, ୧।୧୧ (ଅରୁଣ ସାହୁ )-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣାର ତଦନ୍ତ ନିର୍ଦ୍ଦେଶ...

ବୁଢା ମାଣ୍ଡିଆକୁ ଜିଆଇ ଟ୍ୟାଗ୍‌ ପାଇଁ ପ୍ରୟାସ ଆରମ୍ଭ: ଚାଲିଛି ସର୍ଭେ

ଦାରିଙ୍ଗବାଡି,୧।୧୧(ଅରୁଣ ସାହୁ): କ୍ଷୁଦ୍ରଦାନା ଶସ୍ୟର ବହୁଳ ବ୍ୟବହାରକୁ ନେଇ ରାଜ୍ୟ ସରକାର ଲୋକଙ୍କ ପାଇଁ ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ଜନସଚେତନ କାର୍ଯ୍ୟ କରୁଛନ୍ତି। ହଜିଯାଇଥିବା...

ଭାରତକୁ ଶୋଚନୀୟ ଭାବେ ପରାସ୍ତ କଲା ପାକିସ୍ତାନ: ବେକାର ଗଲା ଭରତଙ୍କ ଅର୍ଦ୍ଧଶତକ

ନୂଆଦିଲ୍ଲୀ,୧।୧୧: ହଂକଂ କ୍ରିକେଟ ସିକ୍ସ ଟୁର୍ନାମେଣ୍ଟରେ ପାକିସ୍ତାନ ଭାରତକୁ ୬ ଉଇକେଟରେ ପରାସ୍ତ କରିଛି। ପାକିସ୍ତାନୀ ଦଳ ବର୍ତ୍ତମାନ ଗ୍ରୁପ ପର୍ଯ୍ୟାୟର ଉଭୟ ମ୍ୟାଚ ଜିତି...

ଅତିଥି ଭାବେ ବୁଲିବାକୁ ଆସିଥିଲେ, ସୁନାଗହଣା ଲୁଟିନେଲେ ସମ୍ପର୍କୀୟ, ଦୁଇ ମହିଳାଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୧ା୧୧(ଅରୁଣ ସାହୁ): ଅତିଥି ହୋଇ ଘରକୁ ବୁଲିବାକୁ ଆସଥିଲେ। ଆଉ ସମ୍ପର୍କୀୟମାନେ ବିଶ୍ୱାସଘାତକତା କରି ପୋଲିସ ହାତରେ ବନ୍ଧା ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି...

କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ସ୍ଥଗିତ, ଫେରିଗଲେ ଅଭିଯୋଗକାରୀ

କେସିଙ୍ଗା,୧ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ନାମରେ ଦୀର୍ଘ ୨୮ ଦିନ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ, ସରପଞ୍ଚ ଓ ସମିତିସଭ୍ୟା/ସଭ୍ୟ...

କମ୍ପାନୀକୁ କାମ କରିବାକୁ ଆସି ପୁଅ ନିଖୋଜ: ବଢୁଛି ସନ୍ଦେହ…

କଳିଙ୍ଗନଗର,୧।୧୧(ଶୁଭାଶିଷ ରାଉତ): ଯାଜପୁର ଜିଲା ନୀଳାଚଳ ଇସ୍ପାତ ନିଗମ ଲିମିଟେଡର ଭେଣ୍ଡର ପାର୍ଟନର ସତ୍ୟମ୍‌ ଏଣ୍ଟରପ୍ରାଇଜେସ ଅଧୀନରେ ହେଲପର ଭାବେ କାର୍ଯ୍ୟ କରୁଥିବା ସିଲୁ ପ୍ରଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri