ଭାଜପା ମହିଳା ମୋର୍ଚ୍ଚାର ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ

ସୁନ୍ଦରଗଡ଼,୫ା୧୦(ଜୟନାରାୟଣ ମେଣ୍ଡୁଳି): ରାଉରକେଲାର ସହକାରୀ ଉପଜିଲପାଳ ସୁସ୍ମିତା ମିଞ୍ଜ ଓ ପୋଲିସ ଏଏସ୍‌ଆଇ ଆଲିଶା ଲୁଗୁନ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ଗୁରୁବାର ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ୧୨ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ କରାଯାଇଛି। ଫଳରେ ଏଠାରେ ସମସ୍ତ ଦୋକାନ ବଜାର, ବନ୍ଦ ରହିବା ସହ ଯାନବାହନ ଚଳାଚଳ ବନ୍ଦ ରହିଛି। ସ୍ଥାନୀୟ ବିଧାୟିକା କୁସୁମ ଟେଟେଙ୍କ ନେତୃତ୍ୱରେ ଭାଜପା ମହିଳା ମୋର୍ଚ୍ଚାର କର୍ମକର୍ତ୍ତାମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ସ୍କୁଲ କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ କରିଥିଲେ। ଯାତ୍ରୀବାହୀ ବସ୍‌ଗଡ଼ିକ ମଧ୍ୟ ବନ୍ଦ ଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଦେଲେ ପେଟ୍ରୋଲ ପମ୍ପ୍‌ ଓ ଛୋଟ ବଡ଼ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଏହି ବନ୍ଦପାଳନରେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶାନ୍ତି ସରାଫ, ଅଞ୍ଜନା ପଟେଲ, ଲତିକା ପଟ୍ଟନାୟକ, କାନନ ବାଳା ବେହେରା, ହିମାନୀ ପାଢ଼ୀ, ଅନୁପମା ଟପୋ ଯଶୋବନ୍ତ ନାଏକ, ମନୋଜ ପୁରୋହିତ, ସୁବାସ ରଣା, ରାଜା କାକ,ସ୍ବରୂପ ପାତ୍ର ସୋପୁ ଦାସ, ଓମ୍‌ ପ୍ରକାଶ ଅଗ୍ରଓ୍ବାଲ ପ୍ରମୁଖ ସାମିଲ ଥିଲେ।

Share