ସୁନ୍ଦରଗଡ଼,୭।୮(ଡି.ଏନ୍.ଏ.): ସୁନ୍ଦରଗଡ଼ରେ ରାଜ୍ୟରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ଜିଲା କଗ୍ରେସ ପକ୍ଷରୁ ଶନିବାର ସକାଳୁ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ସକାଳୁ ସକାଳୁ ଜିଲାରେ ବନ୍ଦର ପ୍ରଭାବ ଦେଖିବାକୁ ମଳିଛି। ବନ୍ଦକୁ ସମର୍ଥନ ଜଣାଇ ଏଠାରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। କଗ୍ରେସ କର୍ମୀମାନେ ସ୍ଥାନୀୟ ଡିଆରଡିଏ ଛକ ସମେତ ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି। ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ ଓ୍ବେରେ ମଧ୍ୟ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆନ୍ଦୋଳନକୁ ସୁନ୍ଦରଗଡ ନାଗରିକ କମିଟି ଓ ଜିଲା ଓକିଲ ସଙ୍ଘ ସମେତ ବିଭିନ୍ନ ସଙ୍ଗଠନଗୁଡିକ ସମର୍ଥନ ଜଣାଇଛନ୍ତି।
Posted inଆମ ଜିଲା ଖବର, ରାଜ୍ୟ, ସୁନ୍ଦରଗଡ଼