୧୨ ଶିଳ୍ପ ସ୍ମାର୍ଟ ସିଟି ନିର୍ମାଣ କରିବେ କେନ୍ଦ୍ର ସରକାର, ଜାଣନ୍ତୁ ଓଡ଼ିଶାରେ ହେବ କି ନାହିଁ ?

ନୂଆଦିଲ୍ଲୀ,୨୮।୮: କେନ୍ଦ୍ର ସରକାର ୧୨ ଶିଳ୍ପ ସ୍ମାର୍ଟ ସିଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ ପ୍ରତ୍ୟେକ୍ଷ ଭାବେ ୧୦ ଲକ୍ଷ ଏବଂ ପରୋକ୍ଷ ଭାବେ ୩୦ ଲକ୍ଷ ଲୋକଙ୍କୁ ରୋଜଗାର ସୁବିଧା ମିଳିବ। ଏହି ଯୋଜନା ପାଇଁ କେନ୍ଦ୍ର ସରକାର ମୋଟ ୨୮,୬୦୨ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ପ୍ରକଳ୍ପରେ ପ୍ରାୟ ୧.୫୨ ଲକ୍ଷ କୋଟି ତାଙ୍କର ନିବେଶ କ୍ଷମତା ରହିବ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଏହି ଶିଳ୍ପ ସ୍ମାର୍ଟ ସିଟି ଜାତୀୟ ଶିଳ୍ପ ବିକାଶ କରିଡର କାର‌୍ୟ୍ୟକ୍ରମ (ଏନଆଇଡିସିପି) ଅଧୀନରେ ନିର୍ମାଣ କରାଯାଉଛି। ଏହି ଯୋଜନା ମାଧ୍ୟମରେ ୧୦ ଟି ରାଜ୍ୟ ଅନ୍ତର୍ଭୁକ୍ତ ହେବ। ଦେଶର ୬ ଟି ପ୍ରମୁଖ କରିଡର ସହିତ ଏଗୁଡିକ ଯୋଡିବାକୁ ଯୋଜନା କରାଯାଇଛି।

ଖବରଦାତା ସମ୍ମିଳନୀରେ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ, ଏହି ଶିଳ୍ପ ସ୍ମାର୍ଟ ସିଟି ଉତ୍ତରାଖଣ୍ଡର, ପଞ୍ଜାବର, ମହାରାଷ୍ଟ୍ରର, କେରଳ, ଉତ୍ତରପ୍ରଦେଶ, ବିହାର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ରାଜସ୍ଥାନରେ ନିର୍ମାଣ ହେବ। ଏହି ସମସ୍ତ ସହରରେ 1.5 ଲକ୍ଷ କୋଟି ତାଙ୍କର ନିବେଶ ସମ୍ଭାବନା ରହିଛି।

ଏହିପରି ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ, ଓଡ଼ିଶାର ବରଗଡ଼-ନୂଆପଡ଼ା ନୂଆ ରେଳ ଲାଇନ୍‌କୁ ବୁଧବାର କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ୧୩୮ କିଲୋମିଟର ବିଶିଷ୍ଟ ଏହି ନୂଆ ରେଳ ଲାଇନ୍‌ ନିର୍ମାଣ ପାଇଁ ୨,୯୬୨ କୋଟି ଟଙ୍କା ଖର୍ଚ୍ଚ ହେବ। ସୁନ୍ଦରଗଡ଼ ସବ୍‌ଡେଗାରୁ ଛତିଶଗଡ଼ ଭାଲୁମୁଡ଼ା ଡବଲ ଲାଇନକୁ ବି ମଞ୍ଜୁରୀ ମିଳିଛି।

Share