Categories: ଜାତୀୟ

ଏସିଡ୍‌ ଆକ୍ରମଣରେ ବରକନ୍ୟାଙ୍କ ସମେତ ୧୨ ଆହତ

ଜଗଦଲପୁର,୨୦ା୪: ଛତିଶଗଡ଼ର ବସ୍ତର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ବିବାହ ଉତ୍ସବ ଚାଲିଥିବା ବେଳେ କେହି ଦୁର୍ବୃତ୍ତ ଏସିଡ୍‌ ଭଳି ସାମଗ୍ରୀ ଫିଙ୍ଗିବାରୁ ବରକନ୍ୟାଙ୍କ ସମେତ ସେମାନଙ୍କର ୧୦ ଜଣ ସମ୍ପର୍କୀୟ ପୋଡ଼ିହୋଇ ଆହତ ହୋଇଛନ୍ତି। ଭାନପୁର ଥାନା ଅନ୍ତର୍ଗତ ଛୋଟେ ଅମାବଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବର ଡମ୍ରୁଧର ବାଘେଲ(୨୫), କନ୍ୟା ସୁନିତା କାଶ୍ୟପ(୧୯) ଓ ଅନ୍ୟ ୧୦ ଜଣଙ୍କ ଶରୀରର ବିଭିନ୍ନ ଭାଗ ପୋଡ଼ିଯାଇଛି। ବୁଧବାର ସନ୍ଧ୍ୟାରେ ଝିଅ ଘରେ ବିବାହ ଉତ୍ସବ ବେଳେ କରେଣ୍ଟ ଚାଲିଯାଇଥିଲା। ଏହି ସମୟରେ ମଣ୍ଡପରେ ବସିଥିବା ବରକନ୍ୟାଙ୍କ ଉପରକୁ କେହି ଜଣେ ଏସିଡ୍‌ ଭଳି ସାମଗ୍ରୀ ଫିଙ୍ଗିଥିଲା। ଆହତମାନଙ୍କୁ ସଙ୍ଗେ ସଙ୍ଗେ ଭାନପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ବରକନ୍ୟା ଓ ଅନ୍ୟ ୨ ଜଣଙ୍କୁ ଜଗଦଲପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Share