Categories: ଜାତୀୟ

ଅବସର ସମୟ ପୂର୍ବରୁ ୬ ବର୍ଷରେ ୧୨ ବିଚାରପତି ଛାଡିଛନ୍ତି ପଦ

ନୂଆଦିଲ୍ଲୀ,୬।୮: ବମ୍ବେ ହାଇମୋର୍ଟର ଜଷ୍ଟିଶ ରୋହିତ ଦେବ ଅଗଷ୍ଟ ୪ରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରିଟାୟରମେଣ୍ଟର ୨ ବର୍ଷ ପୂର୍ବରୁ ସେ ପଦ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ଇସ୍ତଫା ଘୋଷଣା ସମୟରେ ଉପସ୍ଥିତ ଜଣେ ଓକିଲଙ୍କ କହିବାନୁସାରେ, ଜଷ୍ଟିସ ଦେବ ଇସ୍ତଫା ଦେବାର କାରଣ ସ୍ପଷ୍ଟ କରିନାହାଁନ୍ତି, କିନ୍ତୁ ସେ କହିଛନ୍ତି ଯେ ସେ ନିଜ ଆତ୍ମ ସମ୍ମାନ ବିରୋଧରେ କାର୍ଯ୍ୟ କରିପାରିବେ ନାହିଁ। ସେ ୨୦୨୫ରେ ଅବସର ନେବାକୁ ଯାଉଥିଲେ। ଅବସର ପୂର୍ବରୁ ଯେଉଁମାନେ ଏହି ପଦ ଛାଡିଛନ୍ତି ସେମାନଙ୍କ ମଧ୍ୟରେ ଜଷ୍ଟିସ ରାହୁଲ ଦେବ ହେଉଛନ୍ତି ଦ୍ୱାଦଶ ବିଚାରପତି। ୨୦୧୭ ପରଠାରୁ, ୧୨ ଜଣ ବିଚାରପତି ବିଭିନ୍ନ କାରଣରୁ ଅବସର ସମୟ ପୂର୍ବରୁ ନିଜ ପଦ ଛାଡିଛନ୍ତି।
ବିଚାରପତିମାନେ ସେମାନଙ୍କର ସେବା ସମାପ୍ତ ହେବା ପୂର୍ବରୁ ଅଫିସ ଛାଡିବା ପାଇଁ ସେମାନଙ୍କର ନିଜସ୍ବ କାରଣ ରହିଛି। କେତେକ ଇସ୍ତଫା ସ୍ବେଚ୍ଛାକୃତ ଏବଂ ବ୍ୟକ୍ତିଗତ କାରଣରୁ ହୋଇଥିଲା। ସେବାରେ ଥିବାବେଳେ କେତେଜଣ ବିଚାରପତି ସ୍ବତନ୍ତ୍ର ପରିସ୍ଥିତିରେ ଇସ୍ତଫା ଦେଇଥିବାବେଳେ ଅନେକ ଅନ୍ୟ ହାଇକୋର୍ଟକୁ ସ୍ଥାନାନ୍ତର କିମ୍ବା ପ୍ରଧାନ ବିଚାରପତି ଭାବରେ ପଦୋନ୍ନତି ମନା କରିବାକୁ ନିଷ୍ପତ୍ତି ନେଇଥିଲେ।
ବାର୍‌ ଏବଂ ବେଞ୍ଚର ରିପୋର୍ଟ ଅନୁଯାୟୀ, ୨୦୧୭ ପରଠାରୁ ୧୨ଜଣ ବିଚାରପତି ଅବସର ନେବା ପୂର୍ବରୁ ଏହି ପଦ ଛାଡିଛନ୍ତି ଏବଂ ସର୍ବାଧିକ ସଂଖ୍ୟକ ମାମଲା ବମ୍ବେ ହାଇକୋର୍ଟରୁ ଆସିଛି।

Share