ବସ୍‌କୁ ଅଧ କିଲୋମିଟର ଘୋଷାଡି ନେଲା ଟ୍ରେନ :୧୨ ମୃତ , ୬ ଗୁରୁତର

ଢାକା,୧୯।୧୨-ବାଂଲାଦେଶରେ ଶନିବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରେନ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଜୟପୁରହାଟ ଜିଲା ପୁରାଣପୋଇଲ ରେଳ କ୍ରସିଂରେ ଏହି ଘଟଣା ଘଟିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଜୟପୁରହାଟ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ରିପୋର୍ଟ ମୁତାବକ, ଯାତ୍ରୀବାହୀ ବସ୍‌ଟି ପୁରାଣପୋଇଲ ରେଳ କ୍ରସିଂ ପାର ହେଉଥିବାବେଳେ ଉତ୍ତରା ଏକ୍ସପ୍ରେସ ଟ୍ରେନ ଉକ୍ତ ବସକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରନଟି ବସ୍‌କୁ ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା। ବସ ଜୟପୁରହାଟରୁ ପଞ୍ଚବିବି ଯାଉଥିଲା। ଲେଭଲ କ୍ରସିଂରେ କର୍ମଚାରୀଙ୍କ ଅବହେଳା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଜୟପୁରହାଟ ସଦର ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା AKM ଆଲାମଗିର ଜାହାନ ପ୍ରକାଶ କରିଛନ୍ତି।

Share