Categories: ଜାତୀୟ

ଓଲଟିଲା ମିନିଟ୍ରକ; ଚାଲିଗଲା ୧୨ ଶ୍ରମିକଙ୍କ ଜୀବନ

ମୁମ୍ବାଇ,୨୦।୮: ମହାରାଷ୍ଟ୍ରର ବୁଲଡାନା ଜିଲା ଦୁସରବିଦ ଗାଁ ନିକଟରେ ଶୁକ୍ରବାର ଏକ ଗାଡ଼ି ଓଲଟି ୧୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏକ ନିର୍ମାଣାଧୀନ ରାଜପଥ କାର୍ଯ୍ୟ କରିବାକୁ ୧୬ ଜଣ ଶ୍ରମିକ ଏକ ମିନିଟ୍ରକ ଯୋଗେ ଯାଉଥିଲେ। ତେବେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଟ୍ରକ ତଳେ ଚାପି ହୋଇ ୧୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଆହତ ଶ୍ରମିକଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଡ୍ରାଇଭର ଜଣକ ଦ୍ରୁତ ଗତିରେ ଗାଡ଼ି ଚଲାଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ ଉତ୍ତରପ୍ରଦେଶ ଏବଂ ବିହାରର ହୋଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

Share