Categories: ଜାତୀୟ

ମୁନ୍ନାରରେ ଭୂସ୍ଖଳନରେ ୧୨ ମୃତ: ଚା’ ବଗିଚାର ୮୦ରୁ ଊର୍ଦ୍ଧ୍ୱ କର୍ମଚାରୀ ନିଖୋଜ

ମୁନ୍ନାର,୭।୮: କେରଳ ମୁନ୍ନାରରେ କିଛି ଦିନ ହେଲା ଲଗାତର ଭାବେ ମୂଷାଳଧାର ବର୍ଷା ହେଉଛି। ଏଥିଯୋଗୁ ଇଡୁକି ଜିଲାର ରାଜମଲାରେ ଶୁକ୍ରବାର ଭୂସ୍ଖଳନ ହୋଇଛି। ଏହି ଦୁର୍ଘଟଣାାରେ ୨୦ଟି ପରିବାରର ଘର ଉପରେ ଏକ ବଡ଼ ପାହାଡ଼ ପଡ଼ିଯାଇଛି। ଉକ୍ତ ପରିବାରର ସଦସ୍ୟମାନେ ମାଟି ଓ ଭଗ୍ନାବଶେଷ ତଳେ ଦବିଯାଇଥିବା କୁହାଯାଉଛି। ତେବେ ସେମାନଙ୍କ ଭିତରେ ଟାଟା ଗ୍ଲୋବାଲ ବେବରେଜେଜ(ଟିଜିବି)ର ସହଯୋଗୀ କମ୍ପାନୀ କନ୍ନନ ଦେବାନ ହିଲ୍ସ ପ୍ଲାଣ୍ଟେସନ୍‌ କମ୍ପାନୀ ଲିମିଟେଡର ୮୦ରୁ ଉର୍ଦ୍ଧ୍ୱ ଚା’ ବଗିଚାର ର୍କମଚାରୀ ଓ ପରିବାର ଲୋକ ରହିଛନ୍ତି। ଶୁକ୍ରବାର ସକାଳୁ ସେମାନେ ନିଖୋଜ ଥିବା ବେଳେ ତାଙ୍କୁ ଖୋଜିବା ପାଇଁ ରେସକ୍ୟୁ ଅପରେଶନ୍‌ ଜାରି ରହିଛି।

ଘଟଣାସ୍ଥଳରେ ଏନ୍‌ଡିଆରଏଫ୍‌ ଟିମ୍‌ ଓ ରାଜ୍ୟସରକାରଙ୍କ ଉଦ୍ଧାରକାରୀଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏପର୍ଯ୍ୟନ୍ତ ୧୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୩ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ରହିଛି। ଅନ୍ୟପଟେ ରାଜ୍ୟର ମୁଖମନ୍ତ୍ରୀ ପିନରାଇ ବିଜୟନ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟର ସେବା ପ୍ରଦାନ କରିବାକୁ ଭାରତୀୟ ବାୟୁସେନା ସହ ସମ୍ପର୍କ କରିଛନ୍ତି। ଖୁବ୍‌ଶୀଘ୍ର ଏହି ସେବା ଯୋଗାଇଦିଆଯିବ ବୋଲି ଜଣାପଡ଼ିଛି। ସେହିପରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଇଡୁକିକୁ ମେଡିକାଲ ଟିମ୍‌ ଓ ୧୫ଟି ଆମ୍ବୁଲାନ୍ସ ପଠାଯାଇଛି।

Share