ବୁର୍କିନା ଫାସୋରେ ଜିହାଦି ଆକ୍ରମଣ, ୧୨ ଯବାନ ମୃତ

ବୁର୍କିନା ଫାସୋ,୯ ।୧୨: ପଶ୍ଚିମ ଆଫ୍ରିକା ଦେଶ ବୁର୍କିନା ଫାସୋରେ ଜିହାଦି ସମ୍ପ୍ରଦାୟର ଏକ ଆକ୍ରମଣ ଯୋଜନା ସଫଳ ହୋଇଛି । ଏହି ଆକ୍ରମଣରେ ଉତ୍ତର ବୁର୍କିନା ଫାସୋରେ ଅତି କମରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ସୁରକ୍ଷା ବଳର ସମର୍ଥନ କରୁଥିବା ନାଗରିକ ସ୍ୱୟଂସେବକ । ଏହି ଆକ୍ରମଣ ବୁଧବାର ମଧ୍ୟ-ଉତ୍ତର ଅଞ୍ଚଳର ବୋଆଲାରେ ହୋଇଛି । ବିଶ୍ୱର ସବୁଠାରୁ ଗରିବ ଦେଶ ମଧ୍ୟରୁ ଗୋଟିଏ ବୁର୍କିନା ୨୦୧୫ରୁ ଜିହାଦି ଆକ୍ରମଣ ମଧ୍ୟ ଦେଇ ଗତି କରୁଛି । ଏଠାକାର ଅସନ୍ତୁଷ୍ଟ ସେନା ଅଧିକାରୀ ମଧ୍ୟ ଦୁଇଥର ଆକ୍ରମଣ କରିଛନ୍ତି । ବୁର୍କିନା ଫାସୋ ମାଲି, ନାଇଜର, ବେନିନ୍‌, ଟାଗୋ, ଘାନା ଏବଂ କୋଟ ଡି ଆଇଭୋରେ ସୀମାକୁ ଲାଗି ରହିଛି ।

Share