Categories: ଫୁରସତ

ମଣିଷରୁ କୁକୁର ହେବା ପାଇଁ ଖର୍ଚ୍ଚ କଲେ ୧୨ ଲକ୍ଷ ଟଙ୍କା

ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜର ସଉକ ପୂରଣ ପାଇଁ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ଥାନ୍ତି। ଜାପାନରେ ଏହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି ମଣିଷରୁ କୁକୁର ହେବା ପାଇଁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ବ୍ୟକ୍ତିଙ୍କ ଅଜବ ସଉକକୁ ନେଇ କେବଳ ଜାପାନରେ ନୁହେଁ, ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି। ସେ କୁକୁର ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ମଣିଷରୁ କୁକୁର ହୋଇଥିବା ଏହି ବ୍ୟକ୍ତିଙ୍କ ନାମ ଟାକୋ ବୋଲି କୁହାଯାଉଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କୁକୁର ହୋଇଥିବା ଟାକୋ ପ୍ରଥମ ଥର ପାଇଁ ବୁଲିବାକୁ ଯାଇ କିପରି ନୂଆ ବନ୍ଧୁ ସୃଷ୍ଟି କରୁଛନ୍ତି। ଏହି ସମୟରେ ଅନ୍ୟ କୁକୁରମାନେ ମଧ୍ୟ ତାଙ୍କୁ ଆକ୍ରମଣ କରିଥିଲେ, କିନ୍ତୁ ସେ ସେମାନଙ୍କଠାରୁ ଖସି ପଳାଇଥିବାର ଦେଖାଯାଇଥିଲା। ଟାକୋ ପିଲାଟି ଦିନରୁ ‘କୁକୁର’ ହେବାର ସ୍ବପ୍ନ ଦେଖୁଥିଲେ, ଯାହା ବର୍ତ୍ତମାନ ପୂରଣ ହୋଇଛି।

 

Share