Categories: ଜାତୀୟ

ଗାଜିପୁର ବର୍ଡରରେ ରାତାରାତି ୧୨ସ୍ତରୀୟ ବ୍ୟାରିକେଡିଂ: ଏନ୍‌ଏଚ୍‌-୨୪ ବନ୍ଦ

ନୂଆଦିଲ୍ଲୀ,୩୧।୧: କୃଷି ଆଇନକୁ ବିରୋଧ କରି ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ୨ମାସରୁ ଅଧିକ ଦିନ ଧରି ଆନ୍ଦୋଳନ ଜାରି ରହିଛି। ଗାଜିପୁର ବର୍ଡରରେ ଆନ୍ଦୋଳନକାରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଏଠାରେ ରାତାରାତି ୧୨ ସ୍ତରୀୟ ବ୍ୟାରିକେଡିଂ ନିର୍ମାଣ ହୋଇଛି। ବ୍ୟାରିକେଡରେ ମୁନିଆ ତାରର ବାଡ଼ ଦିଆଯାଇଛି। ଫଳରେ ଗାଜିପୁର ବର୍ଡର ଅଭେଦ୍ୟ କିଲ୍ଲାରେ ପରିଣତ ହୋଇଛି। ସେହିପରି ଆନ୍ଦୋଳନକାରୀଙ୍କ ପ୍ରବେଶକୁୂ ରୋକିବା ପାଇଁ ଏନ୍‌ଏଚ୍‌-୨୪କୁ ବନ୍ଦ କରି ଦିଆଯାଇଛି। ନୋଏଡାର ସେକ୍ଟର ୬୨ଠାରୁ ଅକ୍ଷରଧାମ୍‌ ଏବଂ ଇନ୍ଦିରାପୁରମ୍‌ ପର୍ଯ୍ୟନ୍ତ ରାସ୍ତାକୁ ମଧ୍ୟ ବନ୍ଦ କରାଯାଇଛି। ଆନ୍ଦୋଳନକାରୀ ପୁଣିଥରେ ଦିଲ୍ଲୀରେ ପ୍ରବେଶ ପାଇଁ ଯୋଜନା କରୁଥିବାରୁ ପୋଲିସ ପକ୍ଷରୁ ଏଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Share