Categories: ଜାତୀୟ

ରାଜ୍ୟ ସଭାକୁ ୧୨ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ: ସଂଖ୍ୟାଗରିଷ୍ଠତା ହାସଲ କଲା ଏନ୍‌ଡିଏ

ନୂଆଦିଲ୍ଲୀ,୨୭ା୮: ରାଜ୍ୟ ସଭାକୁ ୧୨ ସଦସ୍ୟ ମଙ୍ଗଳବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ପରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ଉଚ୍ଚ ସଦନରେ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଉପନିର୍ବାଚନରେ ଭାଜପାରୁ ୯ ଜଣ ସଦସ୍ୟ ନିର୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ ସହଯୋଗୀ ଦଳରୁ ୨ ଜଣ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଜିତିଛନ୍ତି। ଫଳରେ ଉଚ୍ଚ ସଦନରେ ଭାଜପା ସଦସ୍ୟ ସଂଖ୍ୟା ୯୬ ହୋଇଥିବାବେଳେ ଏନ୍‌ଡିଏ ସଦସ୍ୟ ସଂଖ୍ୟା ୧୧୨କୁ ବୃଦ୍ଧି ପାଇଛି।

ଶାସକ ଦଳକୁ ୬ ଜଣ ମନୋନୀତ ସଦସ୍ୟ ଏବଂ ଜଣେ ସ୍ବାଧୀନ ସଦସ୍ୟଙ୍କ ସମର୍ଥନ ଥିବାରୁ ଏନ୍‌ଡିଏ ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ୧୧୯ ମାର୍କ ହାସଲ କରିପାରିଛି। ସୂଚନାଯୋଗ୍ୟ, ରାଜ୍ୟ ସଭାର ମୋଟ ସଦସ୍ୟ ସଂଖ୍ୟା ୨୪୫ ହୋଇଥିବାବେଳେ ଜମ୍ମୁ-କଶ୍ମୀର ପାଇଁ ୪ ଆସନ ଏବଂ ୪ ମନୋନୀତ ସଦସ୍ୟ ଆସନ ଖାଲି ପଡ଼ିଥିବାରୁ ବର୍ତ୍ତମାନ ସଂଖ୍ୟା ୨୩୭ ରହିଛି। ରାଜ୍ୟ ସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଭାଜପା ପ୍ରାର୍ଥୀମାନଙ୍କ ମଧ୍ୟରେ ଓଡ଼ିଶାରୁ ମମତା ମହାନ୍ତ ରହିଛନ୍ତି।

ସୂଚନାଯୋଗ୍ୟ, ବହୁବର୍ଷ ହେଲା ରାଜ୍ୟ ସଭାରେ ଶାସକ ମେଣ୍ଟ ଏନ୍‌ଡିଏ ସଂଖ୍ୟାଗରିଷ୍ଠ ନ ଥିଲା। ଏହା ସତ୍ତ୍ୱେ ବିଭିନ୍ନ ସମଭାବାପନ୍ନ ଦଳର ସହଯୋଗରେ ସରକାର ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଗୃହୀତ କରାଇ ନେଉଥିଲେ। ଏବେ ଶାସକ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ବିଲ୍‌ ଗୃହୀତ କରାଇବା ସହଜ ହେବ।

Share