Categories: ଜାତୀୟ

୧୨ ମାଓବାଦୀ କଲେ ଆତ୍ମସମର୍ପଣ

ବିଶାଖାପଟ୍ଟନମ୍‌, ୬।୧୨: ଆନ୍ଧ୍ରପ୍ରଦେଶରେ ୧୨ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବିଶାଖାପଟ୍ଟନମ୍‌ ଜିଲାର ଚିନ୍ତାପାଲେ ଅଞ୍ଚଳରେ ମାଓବାଦୀମାନେ ରାଜ୍ୟ ପୋଲିସ ବିଭାଗ ଉଚ୍ଚ ଅଧିକାରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ଗାଲିକୋଣ୍ଡା ଅଞ୍ଚଳର ପଥରୁଡ଼ିଗୁଣ୍ଟା, ପାନାସାଲାବଣ୍ଡା, ଅକୁଲୁରୁ ଏବଂ ରାମଗଡ୍ଡା ଗାଁର ବାସିନ୍ଦା ବୋଲି ଚିନ୍ତାପାଲେ ଏଏସ୍‌ପି ବିଦ୍ୟା ସାଗର ନାଇଡୁ ସୂଚନା ଦେଇଛନ୍ତି।

Share