Categories: ଖେଳ

ଓଡ଼ିଶାକୁ ୧୨ ପଦକ

ଭୁବନେଶ୍ୱର,୫ା୧୨(ସ୍ପୋଟର୍‌ସ ବ୍ୟୁରୋ): ଦିଲ୍ଲୀର ତାଲକୋଟରା ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ସବ ଜୁନିୟର କରାଟେ ପ୍ରତିଯୋଗିତାରେ ଓଡ଼ିଶା ୧୨ ପଦକ ହାସଲ କରିଛି। ଓଡ଼ିଶା ପ୍ରତିଯୋଗୀ ୨ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୧୧ ବର୍ଷର କୁମିତେ ବର୍ଗରେ ସୁରଭି ପଣ୍ଡା ଓ ୧୨ ବର୍ଷ ବ୍ୟକ୍ତିଗତ କାଟା ବର୍ଗର ଆଲିସା ସୁବୁଦ୍ଧି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

୬ ବର୍ଷ ବ୍ୟକ୍ତିଗତ କାଟା ବର୍ଗରେ ଆକାଙ୍କ୍ଷା ମହାନ୍ତି, ୭ ବର୍ଷ ବ୍ୟକ୍ତିଗତ କାଟା ବର୍ଗରେ ଅର୍ନଦିତା ସ୍ବାଇଁ, ୯ ବର୍ଷ ବ୍ୟକ୍ତିଗତ କାଟା ବର୍ଗରେ ଓରଜା ସାମନ୍ତ, ୧୦ ବର୍ଷ ବ୍ୟକ୍ତିଗତ କାଟା ବର୍ଗରେ ଆଲିସା ଚୌହାନ, ୧୩ ବର୍ଷ ବ୍ୟକ୍ତିଗତ କାଟା ବର୍ଗରେ ଫାତିମା ପରଭେଜ୍‌ ଓ ୧୨ ବର୍ଷ ବ୍ୟକ୍ତିଗତ କାଟା ବର୍ଗରେ ପ୍ରିୟଦର୍ଶିନୀ ସାହୁ ରୌପ୍ୟ ପଦକ ହାସଲ କରିଛନ୍ତି। ୧୦ ବର୍ଷର କୁମିତେ ବର୍ଗରେ ଲିନ୍ସି ସିଂ(୩୦ କିଗ୍ରା), ୮ ବର୍ଷର କୁମିତେ ବର୍ଗରେ ରାଜେଶ୍ୱରୀ ସିଂ (୩୦ କିଗ୍ରା), ୧୨ ବର୍ଷର କୁମିତେ ବର୍ଗରେ ଆର୍ଯ୍ୟା ବଂଶିକା(୫୦ କିଗ୍ରା) ଓ ୧୩ ବର୍ଷର କୁମିତେ ବର୍ଗରେ କାଜଲ ଆଚାର୍ଯ୍ୟ(୫୦ କିଗ୍ରା) ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପଦକ ବିଜେତା ପ୍ରତିଯୋଗୀ ମାନଙ୍କୁ ଓଡିଶା ରାଜ୍ୟ କରାଟେ ସଂଘର ସମ୍ପାଦକ ଗୌରୀ ମହାନ୍ତି, କୋଚ ହରି ପ୍ରସାଦ ପଟ୍ଟନାୟକ ଓ ଅନ୍ୟାନ୍ୟ ସଦସ୍ୟ ଅଭିନନ୍ଦନ ଜଣାଇଛନ୍ତି।

Share