ମୁଣ୍ଡଳୀରେ ୧୨ଲକ୍ଷ କ୍ୟୁସେକ ଜଳ ପ୍ରବାହିତ

କଟକ ଅଫିସ, ୧୭ା୮: ଲଘୁଚାପ ଜନିତ ବର୍ଷା ଓ ହୀରାକୁଦ ଜଳ ଭଣ୍ଡାରର ୩୪ଟି ଗେଟ୍‌ ଦେଇ ଜଳ ନିସ୍କାସନ ପରେ ତଳମୁଣ୍ଡରେ ବନ୍ୟାସ୍ଥିତି ଦେଖାଦେଇଛି। ମଙ୍ଗଳବାର ମଧ୍ୟାହ୍ନରୁ ମୁଣ୍ଡଳୀଠାରେ ୧୨ ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହେଉଛି। ମୁଣ୍ଡଳୀ ଠାରେ ବିପଦ ସଙ୍କେତ ୯୭.୨୫ ଫୁଟ ରହିଥିବାବେଳେ ଏଠାରେ ୯୭.୮୦ ଫୁଟରେ ଜଳ ପ୍ରବାହିତ ହେଉଛି। ସୋମବାର ମଧ୍ୟ ରାତିରେ ଏହା ୧୧ ଲକ୍ଷ କ୍ୟୁସେକ୍‌ ଥିଲା। ମୁଣ୍ଡଳୀ ବ୍ୟାରେଜରୁ ନିଷ୍କାସିତ ପାଣିକୁ ମହାନଦୀର ଯୋବ୍ରା ବ୍ୟାରେଜ ଓ କାଠଯୋଡ଼ି ନଦୀର ନରାଜ ବ୍ୟାରେଜ ଦେଇ ନିଷ୍କାସନ କରାଯାଉଛି। ନରାଜ ବ୍ୟାରେଜ ଦେଇ ୫ଲକ୍ଷ ୯୨ହଜାର ୪୨୬ କ୍ୟୁସେକ ଜଳ ନିଷ୍କାସିତ ହେଉଥିବାବେଳେ ଯୋବ୍ରା ବ୍ୟାରେଜ ଦେଇ ୫ ଲକ୍ଷ ୭୩ ହଜାର ୩୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଅପରପକ୍ଷରେ ବନ୍ୟାଜଳ ପ୍ରବାହକୁ ଦେଖି ହୀରାକୁଦ ଜଳଭଣ୍ଡାରର ଖୋଲାଯାଇଥିବା ୩୪ ଗେଟ ମଧ୍ୟରୁ ସୋମବାର ୮ଟି ଗେଟ ବନ୍ଦ କରାଯାଇଥିଲା। ହେଲେ ମଙ୍ଗଳବାର ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ୬୨୬ ଫୁଟ ଉପରେ ରହିଥିବାରୁ ରାତି ୮ଟାରେ ୪୦ଟି ଗେଟ ଦେଇ ଜଳ ପ୍ରବାହିତ ହେଉଛି। ଏହି ଜଳ ନରାଜ ମଧ୍ୟ ଦେଇ ଗୁରୁବାର ସକାଳେ ପ୍ରବାହିତ ହେବ।
ମଙ୍ଗଳବାର ମହାନଦୀରେ ୧୨ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ଜାରି ରହିଥିବାରୁ ଏହାର ଅବବାହିକାରେ ଥିବା କଟକ ଜିଲାର ୭ ବ୍ଲକ ଯଥା ବାଙ୍କୀ, ଡମପଡ଼ା, ନରସିଂହପୁର, ତିଗିରିଆ, ଆଠଗଡ଼, କଟକ ସଦର ଏବଂ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ୭୦ ପଞ୍ଚାୟତ ୨୫୪ ଗ୍ରାମର ୧,୧୩,୭୫୨ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛି। ସେଥିମଧ୍ୟରୁ ୯୫ଗ୍ରାମର ୮୫ହଜାର ୯୯୮ଜଣ ଲୋକ ଫଶି ରହିଛନ୍ତି। ବନ୍ୟାପ୍ରଭାବିତ ଲୋକଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯିବା ସହ ସେମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି। ମଙ୍ଗଳବାର ସନ୍ଧ୍ୟାସୁଦ୍ଧା ୧୯ହଜାର ୨୦୭ ଜଣଙ୍କୁ ଉଦ୍ଧାର କରାଯାଇ ୩୭ଟି ଆଶ୍ରୟସ୍ଥଳିରେ ରଖାଯାଇଛି। ମିଳିଥିବା ଖବର ଅନୁଯାୟୀ, କଟକ-ବାଙ୍କୀ ମୁଖ୍ୟ ରାସ୍ତାର କଇମୁଣ୍ଡି, ଚାରିଘରିଆ ଏବଂ ପାଥପୁରଠାରେ ବନ୍ୟା ଜଳ ରାସ୍ତାରେ ଉପରେ ପ୍ରବାହିତ ହେଉଛି। ତିଗିରିଆର ଗଦାଧରପୁର, ହାଟମାଳ, ବଡ଼ନାଉପୁଟ ପ୍ରମୁଖ ୩ଟି ଗ୍ରାମପଞ୍ଚାୟତର ଲୋକମାନେ ଦୁଇଦିନ ହେଲା ଜଳବନ୍ଦୀ ହୋଇ ରହିଛନ୍ତି। ପୁରୁଣା ତିଗିରିଆର ଚଷାଆଁରା ୫୦ ଏକରରୁ ଊର୍ଦ୍ଧ୍ୱ ଜମି ବନ୍ୟାଜଳରେ ବୁଡ଼ି ରହିଛି। ସେହିପରି ଖୁଣ୍ଟୁଣୀଠାରେ ପୁରୁଣା କଟକ-ସମ୍ବଲପୁର ଜାତୀୟ ରାଜପଥ ଉପରେ ୬ଫୁଟ ପାଣି ପ୍ରବାହିତ ହେଉଥିବାବେଳେ ନିଧିପୁର ଗଡ଼ାଠାରେ ସୋମବାର ବିଳମ୍ବିତ ରାତିରେ ଅନୁଗୋଳ ଅଭିମୁଖେ ଯାଉଥିବା ଏକ କାର ଭାସି ଯାଇଥିଲା। ଦୀର୍ଘ ୪ଘଣ୍ଟା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ କାରରେ ଥିବା ୪ଜଣଙ୍କୁ ଦମକଳ ବାହିନୀ କର୍ମଚାରୀମାନେ ଉଦ୍ଧାର କରିଥିଲେ। ପରେ ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ଲୋକମାନେ ପାଣିରେ ସମ୍ପୂର୍ଣ୍ଣ ବୁଡ଼ିଯାଇଥିବା କାର୍‌କୁ ରାସ୍ତା ଉପରକୁ ଆଣିଥିଲେ। ସେହିପରି ଢାଉରଙ୍ଗ ଗଡ଼ାଠାରେ ୫ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ଯୋଗୁ ସୋମବାର ସନ୍ଧ୍ୟାରୁ ଆଠଗଡ଼ କଟକ ଯାତାୟାତ ବନ୍ଦ ହୋଇଯାଇଛି। ବଡ଼ମ୍ବାର ଗଙ୍ଗାମେରୀ ରିଙ୍ଗବନ୍ଦରେ ବଡ଼ଘାଇ ଯୋଗୁ ବାଙ୍ଗେରିସିଂଙ୍ଗା ଜଳବନ୍ଦୀ ହୋଇ ରହିଛି। ବଡ଼ମ୍ବା ଅଧିଷ୍ଠାତ୍ରୀ ଦେବୀ ଭଟ୍ଟାରିକା ମନ୍ଦିର ବେଢ଼ାରେ ବନ୍ୟାଜଳ ପ୍ରବେଶ ଯୋଗୁଁ ମନ୍ଦିରରୁ ମୃଣ୍ମୟୀ ବିଗ୍ରହଙ୍କୁ ସ୍ଥାନାନ୍ତର କରାଯାଇ ଅନ୍ୟ ସ୍ଥାନରେ ନୀତିକାନ୍ତି ଚାଲୁ ରହିଛି। ଏପରି କି ସେଠାରେ ଜଳସ୍ତର ବହୁ ଅଧିକ ଥିବାରୁ କୌଣସି ଅଘଟଣ ଆଶଙ୍କା କରି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ସେହିପରି ବଡ଼ମ୍ବା ସିଂହନାଥ ଶିବମନ୍ଦିର ଜଳମଗ୍ନ ହୋଇଥିବାରୁ ୨ଦିନ ହେଲା ସେଠାରେ ଠାକୁର ଅପୂଜା ରହିଛନ୍ତି। କଟକ ଜିଲାର ବନ୍ୟା ପ୍ରପୀଡ଼ିତଙ୍କୁ ଉଦ୍ଧାର ଲାଗି ଗୋଟିଏ ଓଡ୍ରାଫ ଟିମ୍‌, ଗୋଟିଏ ଏନ୍‌ଡିଆରଏଫ୍‌ ଟିମ୍‌, ୨ଟି ଫାୟାର ବ୍ରିଗେଡିୟର ଟିମ୍‌, ୨୫ଟି ପାୱାର ବୋଟ ପ୍ରସ୍ତୁତ ହୋଇ ରହିଥିବାବେଳେ ୫୩୬ ବନ୍ୟା ଆଶ୍ରୟସ୍ଥଳୀ ଅସ୍ଥାୟୀ ଭାବେ ପ୍ରସ୍ତୁତ କରି ରଖାଯାଇଛି। ବନ୍ୟାଜଳରେ ଫସିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେମାନଙ୍କୁ ଆଶ୍ରୟସ୍ଥଳୀରେ କିପରି ସୁରକ୍ଷିତ ଭାବେ ରଖାଯାଇପାରିବ ସେଦିଗରେ ପ୍ରଶାସନ ସଜାଗ ରହିବା ସହ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ଜିଲାପାଳ ଭବାନୀ ଶଙ୍କର ଚୟନୀ ପ୍ରକାଶ କରିଛନ୍ତି। ହୀରାକୁଦ ଜଳଭଣ୍ଡାରର ୮ଟି ଗେଟ ବନ୍ଦ କରାଯିବା ଦ୍ୱାରା କଟକ ପାଇଁ ବଡ଼ ବନ୍ୟାର ଆଶଙ୍କା ନାହିଁ ବୋଲି ଜିଲାପାଳ ସୂଚନା ଦେବା ସହ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଶେକଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦ ବିଜୟୀ

ହାଇଦ୍ରାବାଦ,୧୨ା୪: ଅଭିଶେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)କୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ପିବିକେଏସ୍‌...

ଉଗ୍ରରୂପ ନେଲା ଓ୍ବକ୍‌ଫ ବିରୋଧୀ ବିକ୍ଷୋଭ: ଇଣ୍ଟରନେଟ୍‌ ସେବା ବନ୍ଦ

କୋଲକାତା,୧୨।୪: ଓ୍ବକ୍‌ଫ ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଉଗ୍ରରୂପ ନେଇଛି। ପଶ୍ଚିମବଙ୍ଗର ମୁସଲମାନବହୁଳ ମୁର୍ଶିଦାବାଦ ଜିଲାରେ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିବା ବେଳେ ଏଥିରେ...

ଭାରତୀୟ ଫାର୍ମା କମ୍ପାନୀର ଓ୍ବେୟାର ହାଉସ ଉପରେ ମିଶାଇଲ ମାଡ଼ କଲା ରୁଷିଆ

କ୍ୱିଭ,୧୨।୪: ୟୁକ୍ରେନର ରାଜଧାନୀ କ୍ୱିଭରେ ରୁଷିଆର ସଦ୍ୟତମ ଆକ୍ରମଣରେ ଏକ ଭାରତୀୟ ଔଷଧ କମ୍ପାନୀର ଗୋଦାମ ଧ୍ୱଂସ ହୋଇଯାଇଛି। ଶନିବାର (୧୨ ଏପ୍ରିଲ, ୨୦୨୫) ଭାରତରେ...

ମୋହନ ବାଗାନ ସୁପର ଜାଏଣ୍ଟ୍ସ ଚାମ୍ପିୟନ

କୋଲକାତା, ୧୨ା୪ : ମୋହନବାଗାନ ସୁପର ଜାଏଣ୍ଟ୍ସ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ୨୦୨୪-୨୫ ସିଜନର ଟାଇଟଲ ବିଜେତା ହୋଇଛି। ସ୍ଥାନୀୟ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ...

ଆଶ୍ୱସ୍ତି ଆଣିଲା କାଳବୈଶାଖୀ ବର୍ଷା

ଧରାକୋଟ,୧୨ା୪(ବିଷ୍ଣୁ କେଶରୀ ଅଚାର୍ଯ୍ୟ): କାଳବୈଶାଖୀ ବର୍ଷା ଧରାକୋଟ ଅଞ୍ଚଳର ଜନଜୀବନ ପାଇଁ ଆଶ୍ୱସ୍ତି ଆଣିଛି। ଚୈତ୍ର ମାସରେ ତାପମାତ୍ରା ବୃଦ୍ଧି ଯୋଗୁ ଲୋକେ ନାହିଁ ନ...

ଦୁଇ ଫୁଲମାଳରେ ବାଛିଲେ ଜୀବନସାଥୀ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ)- ବିବାହରେ ନ ଥିଲା ଯାନିଯୌତୁକ। କେବଳ ୨ଟି ଫୁଲମାଳରେ ବାଛିଥିଲେ ଜୀବନସାଥୀ। ଏଭଳି ଏକ ଆଦର୍ଶ ଗଣବିବାହ ଶନିବାର ବରଗଡ ସ୍ଥିତ ବିଜୁ...

ମିଳୁନି ପିଇବା ପାଣି

ଗଞ୍ଜାମ,୧୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ଦୀର୍ଘ ପନ୍ଦର ଦିନରୁ ଊର୍ଦ୍ଧ୍ୱ ହେବ ପିଇବା ପାଣି ସମସ୍ୟା ଦେଖାଦେଇଛି। ଏନେଇ...

ଭଉଣୀ ନେହା କକ୍କର, ଭାଇ ଟୋନିଙ୍କଠାରୁ ସମ୍ପର୍କ କାଟିଲେ ଭଉଣୀ ସୋନୁ! ପୋଷ୍ଟ ଶେୟାର କରି କହିଲେ…

ମୁମ୍ବାଇ: ଗାୟିକା ସୋନୁ କକ୍କର ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଗାୟିକା, ସେ ଅନେକ ବଡ଼ ବଡ଼ ମୁଭିରେ ନିଜ କଣ୍ଠସ୍ବରର ଯାଦୁ ଦେଖାଇଛନ୍ତି। ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image