ବରଗଡ଼ରେ ନୂଆ ୧୨ କରୋନା ପଜିଟିଭ୍‌ ଚିହ୍ନଟ: ସର୍ବାଧିକ ପୌରାଞ୍ଚଳର

ବରଗଡ଼ ଅଫିସ,୩୦।୭: ବରଗଡ଼ ଜିଲାରେ ଗୁରୁବାର ପୁଣି ୧୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳର ସର୍ବାଧିକ ୧୧ ଜଣ ହୋଇଥିବା ବେଳେ ଅନ୍ୟ ଆକ୍ରାନ୍ତ ଜଣକ କଟାପାଲି ଗ୍ରାମର ଅଟନ୍ତି। ବରଗଡ଼ ପୌରପରିଷଦର ଆକ୍ରାନ୍ତଙ୍କ ମଧ୍ୟରେ ୱାର୍ଡ ନଂ- ୭ର ୯ ଜଣ ଏବଂ ୱାର୍ଡ ନଂ-୧୬ ଓ ୱାର୍ଡ ନଂ-୧୮ର ଜଣେ ଲେଖାଏ ଆକ୍ରାନ୍ତ ଅଟନ୍ତି। ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ ପୁରୁଷ ଏବଂ ୩ ଜଣ ମହିଳା ଅଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ବରଗଡ଼ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ସହ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।
ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୩୧ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୭୧ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି।

 

Share