ବୁଥ୍‌ ଜବରଦଖଲ ଅଭିଯୋଗ

ନୟାଗଡ଼ ଅଫିସ,୨୦ା୨: ନୟାଗଡ଼ ବ୍ଲକର ୪ ଜିଲା ପରିଷଦ ଜୋନର ୨୯ ପଞ୍ଚାୟତରେ ଭୋଟଗ୍ରହଣ ଚାଲିଛି। ଏହାର ହରିପୁରର ୧୨ ନଂ ବୁଥ୍‌ରେ ଜବରଦଖଲ କରାଯାଇ ମତଦାନ ଚାଲିଥିବା ଅଭିଯୋଗ ହୋଇଛି। ବିରୋଧୀ ଦଳର ଏଜେଣ୍ଟ ବୁଥରୁ କାଢ଼ିଦେବା ସହ ଗଣମାଧ୍ୟମର ପ୍ରତିନିଧି, ଭାଜପାର ଜିଲା ପରିଷଦ ପ୍ରାର୍ଥୀଙ୍କୁ ଧକା ମାରି ବାହାର କରିଦେଇଛନ୍ତି। ପୋଲିସ ଉପସ୍ଥିତିରେ ଚାଲିଛି ଜାଲିଆତି କାଟି ମତଦାନ। ଅନ୍ୟପକ୍ଷେ ନାଟୁଗାଁ ବୁଥ୍‌ରେ ମତଦାନକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି।

Share