ଫାଟିଲା ଗ୍ୟାସ୍‌ ସିଲିଣ୍ଡର : ୧୨ ମୃତ

କରାଚି, ୨୧।୧୨: ପାକିସ୍ତାନ ବେଲୁଚିସ୍ତାନ ପ୍ରଦେଶର ଲେସବେଲା ଜିଲାର ଏକ ଗ୍ୟାସ୍‌ ସିଲିଣ୍ଡର ଦୋକାନରେ ଅଗ୍ନିକାଣ୍ଡ ଘଟି ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାରେ ୨୫ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଥିବା ଖବର ପ୍ରକାଶ ପାଇଛି। ଦୋକାନରେ ଗ୍ୟାସ୍‌ ସିଲିଣ୍ଡର ଫାଟିବା ଯୋଗୁ ଅଗ୍ନି ଚାରିଆଡ଼େ ଖେଳେଇ ହୋଇ ପାଖରେ ଥିବା ଅନ୍ୟ ଦୋକାନରେ ମଧ୍ୟ ଲାଗିଯାଇଥିଲା। ନିହତଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟଣାସ୍ଥଳରେ ହୋଇଥିବାବେଳେ ହସ୍ପିଟାଲରେ ୧୦ ଜଣ ଆଖି ବୁଜିଥିଲେ।

Share