ପଞ୍ଜୀକୃତ ୧୨, ବେଆଇନ ୫୦ କ୍ରଶର

ଯାଜପୁର,୩ା୪(ହର୍ଷବର୍ଦ୍ଧନ ବେହେରା) :ଗରିବ ଲୋକଙ୍କ ଜୀବନକୁ ବିପଦରେ ପକାଇ ପ୍ରଭାବଶାଳୀ ଲୋକ ମୁନାଫା ଅର୍ଜନ କରୁଛନ୍ତି। ଏଥିରେ ପୋଲିସ ପ୍ରଶାସନ କେବଳ ସହଯୋଗ କରୁନାହାନ୍ତି ବରଂ ଆଖିବୁଜି ଦେଉଛନ୍ତି। ଏଭଳି ଉଦାହରଣ ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ବିଭିନ୍ନ କ୍ରଶର ଏବଂ କଳାପଥର ଖାଦାନଗୁଡିକରେ ଦେଖିବାକୁ ମିଳିଛି। କାରଖାନା ଆଇନ ୧୯୪୮ର ଧାରା ୨୧, ୨୨, ୨୩, ୨୪, ୩୦, ୩୧, ୩୬ ଓ ୮୫ ଅନୁଯାୟୀ କ୍ରଶରଗୁଡିକରେ କାର୍ଯ୍ୟରତ ଶ୍ରମିକମାନଙ୍କ ସୁରକ୍ଷା ବ୍ୟବସ୍ଥା ଓ ନୀତି ପରାହତ ହୋଇଛି। ଏଠାରେ ଶ୍ରମିକମାନେ କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣା ଘଟି ମୃତ୍ୟୁ ହେଲେ ସେମାନଙ୍କ ଜୀବନର ମୂଲ୍ୟ ୫୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ତାଙ୍କ ପରିବାର ଲୋକଙ୍କୁ ଦେଇ ମାମଲା ରଫାଦଫା କରାଯାଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ବିନା ପଞ୍ଜିକରଣରେ ଏଠାରେ ୫୦ରୁ ଊର୍ଦ୍ଧ୍ୱ ଷ୍ଟୋନ କ୍ରଶର ଚାଲିଥିବାରୁ ସରକାରଙ୍କ ନୀତି ଅନୁସାରେ ଶ୍ରମିକ ଓ ତାଙ୍କ ପରିବାରବର୍ଗ ଲାଭ ପାଉନାହାନ୍ତି ବୋଲି ମତ ପ୍ରକାଶ ପାଇଛି।
ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ସର୍ବମୋଟ ୩୭୨ଟି ପଞ୍ଜିକୃତ କ୍ରଶର ରହିଛି। ସେଥିରେ ସର୍ବାଧିକ ୭୧୦୮ ଜଣ ଶ୍ରମିକଙ୍କୁ ନିୟୋଜନ କରିବା ପାଇଁ ସନନ୍ଦ ପ୍ରଦାନ କରାଯାଇଛି। କିନ୍ତୁ ବାସ୍ତବରେ ଏହାର ବହୁ ଗୁଣ ଅଧିକ କ୍ରଶର ବେଆଇନ ଭାବେ ଚାଲିଛି। ଯାଜପୁର ଜିଲାକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏହି ଜିଲାରେ ସରକାରୀ ଭାବେ ୩୦ା୧ା୨୦୨୪ ସୁଦ୍ଧା ୧୨ଟି କ୍ରଶର ପଞ୍ଜିକୃତ ହୋଇଛି। ଏଥିରେ ୨୨୭ ଜଣ କର୍ମଚାରୀ ନିୟୋଜନ ଅଛନ୍ତି। କିନ୍ତୁ ବାସ୍ତବରେ କେବଳ ମେଗା କ୍ରଶର ପ୍ରାୟ ୩୦ଟି ରହିଛି। ଅନ୍ୟ ଛୋଟ ବଡ କ୍ରସର ୪୦ରୁ ଊର୍ଦ୍ଧ୍ୱ ରହିଥିବା ଜଣାପଡିଛି। ଏହି କ୍ରଶରଗୁଡିକରେ ସରକାରଙ୍କ କୌଣସି ନୀତି ପାଳନ କରାଯାଉନାହିଁ। ଓଡ଼ିଶା କାରଖାନା ନିୟମାବଳୀ ୧୯୫୦ର ନିୟମ ୬୨ଏଚ୍‌  ଅନୁଯାୟୀ ଶ୍ରମିକମାନଙ୍କ ସୁରକ୍ଷା ନିମନ୍ତେ ବ୍ୟକ୍ତିଗତ ସୁରକ୍ଷା ସାଜସରଞ୍ଜାମ(ପିପିଇ କିଟ) ବ୍ୟବସ୍ଥା ହେଉନାହିଁ। ସଂପୃକ୍ତ ନୀତିକୁ ଠିକ୍‌ ଭାବେ ଅନୁପାଳନ କରୁ ନ ଥିବା କ୍ରଶର କର୍ତ୍ତୃପକ୍ଷଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଗତ ୧୭ ତାରିଖରେ ରାହାଡପୁର କଳାପଥର ଖାଦାନ ନିକଟସ୍ଥ ଶିବ ଶକ୍ତି ଷ୍ଟୋନ କ୍ରଶରରେ କାମ କରୁଥିବା ସମୟରେ ପଶ୍ଚିମବଙ୍ଗ ରାଜ୍ୟର ବାଙ୍କୁଡା ଜିଲା ବରିକୁଳ ଅଞ୍ଚଳର ଶ୍ୟାମସୁନ୍ଦର ହାଁସଦା(୩୦) ନାମଙ୍କ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ହେଲେ ଆଇନ ଅନୁସାରେ କ୍ରଶର ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଇ ଶ୍ରମିକଙ୍କ ପରିବାରବର୍ଗଙ୍କୁ କିଛି ଅର୍ଥ ଦେଇ ସନ୍ତୁଷ୍ଟ କରାଯାଇଥିଲା ବୋଲି ଚର୍ଚ୍ଚା ହେଉଛି। ଆମ ରାଜ୍ୟର ଜଣେ ଶ୍ରମିକ ଅନ୍ୟ ରାଜ୍ୟରେ କାର୍ଯ୍ୟ କରୁଥିବା ସମୟରେ ମୃତ୍ୟୁ ଘଟିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି କରାଯାଉଛି। କିନ୍ତୁ ଏଠାରେ ଅନ୍ୟ ରାଜ୍ୟର ଶ୍ରମିକଙ୍କ ଜୀବନର ମୂଲ୍ୟ ତୁଚ୍ଛ ବୋଲି ମନେ କରାଯାଉଛି। ଏହି କ୍ରମରେ ଆମ ରାଜ୍ୟର ଶ୍ରମିକଙ୍କ ମୂଲ୍ୟ ଅନ୍ୟ ରାଜ୍ୟରେ କାହିଁକି ଗୁରୁତ୍ୱ ମିଳିବ ବୋଲି ମତପ୍ରକାଶ ପାଇଛି।
ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଗତ ୨୦୨୧ ଜାନୁଆରୀରେ ଧର୍ମଶାଳା ତହସିଲ ଏବଂ ଫେବୃଆରୀରେ ଦର୍ପଣ ତହସିଲ ଅଞ୍ଚଳରେ ବେଆଇନ ପଥର ଭଙ୍ଗା କ୍ରଶରଗୁଡ଼ିକ ଉଚ୍ଛେଦ ହୋଇଥିଲା। ପରିବେଶ ନିୟମ ଓ ସାଇଟିଂ କ୍ରାଇଟେରିଆ ବର୍ହିଭୁତ କରି ବିନା ପ୍ରମାଣପତ୍ରରେ ଚାଲୁଥିବା ପଥର ଭଙ୍ଗା କ୍ରଶରଗୁଡ଼ିକୁ ଉଚ୍ଛେଦ ଓ ସିଲ୍‌ କରିବାର କେଇଦିନ ଯାଇଛି କି ନାହିଁ ପୁଣି ଏକାଧିକ ବେଆଇନ କ୍ରଶର ଆରମ୍ଭ ହୋଇଥିଲା। ବେଆଇନ କ୍ରଶର ପାଇଁ ଏକାଧିକ କଳାପଥର ଖାଦାନରୁ ବିପୁଳ କୋଟି ଟଙ୍କାର କଳାପଥର ଉତ୍ତୋଳନ ଜାରି ରହିଛି। ପରବର୍ତ୍ତୀ ସମୟରେ ଶ୍ରମିକଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି କ୍ରଶର ୟୁନିଟ ସ୍ଥାପନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା ା ଏଥି ସକାଶେ ଜମି ଯୋଗାଇ ଦେବାକୁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା।  କ୍ରଶର ୟୁନିଟ ପାଇଁ ଆରୁହାଠାରେ ଭିତ୍ତିପ୍ରସ୍ତର ସ୍ଥାପନ ସହ ରାସ୍ତା ନିର୍ମାଣ ଶେଷ ହୋଇଛି। କିନ୍ତୁ ବେଆଇନ କ୍ରଶରଗୁଡିକରୁ ମାସିକ ଚାନ୍ଦା ବନ୍ଦ ହୋଇଯିବାର ଆଶଙ୍କା କରି କ୍ରଶର ୟୁନିଟ୍‌ ନିର୍ମାଣ ଦାୟିତ୍ୱ ରହିଥିବା  ଅଧିକାରୀ ନୀରବ ରହୁଛନ୍ତି। ଏଭଳିସ୍ଥିତିରେ ପ୍ରଶାସନର ପ୍ରସ୍ତାବିତ କ୍ରଶର ୟୁନିଟ ନିର୍ମାଣରେ ବିଳମ୍ବ ହେଉଥିବାରୁ ଶ୍ରମିକଙ୍କ ଅକାଳରେ ଜୀବନ ଯାଉଥିବା ସହ ବେଆଇନ କଳାପଥର ଉତ୍ତୋଳନକୁ ସୁହାଉଛି ବୋଲି ମତପ୍ରକାଶ ପାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

ସ୍ବଧର୍ମକୁ ଫେରିଲେ ଗୋଟିଏ ପରିବାରର ୩ ସଦସ୍ୟ

ଠାକୁରମୁଣ୍ଡା,୨୧।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକର ସାତକୋଶିଆ ପଞ୍ଚାୟତ ଅଧୀନ ଜାମୁନଣ୍ଡା ଗ୍ରାମରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଗୋଟିଏ ପରିବାରର ୩ ସଦସ୍ୟ ଶନିବାର...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri