ଅଗ୍ନିକାଣ୍ଡରେ ଜଳିଗଲା ୧୨ ବଖରା, ୮ ପରିବାର ସର୍ବସ୍ବାନ୍ତ

ଭଦ୍ରକ ଅଫିସ,୧୩।୨: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବିଶୋଳ ଶାଶନ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୮ଟି ପରିବାର ସର୍ବସ୍ବାନ୍ତ ହୋଇଛନ୍ତି। ଗ୍ରାମର କାର୍ତ୍ତିକ ଶଙ୍ଖୁଆ, ଅଶୋକ ଶଙ୍ଖୁଆ, ବଳଭଦ୍ର ଶଙ୍ଖୁଆ ମନୋଜ ନାୟକ, ମାନସ ନାୟକ, ଲମ୍ବୋଦର ନାୟକ, ଦୀପକ ନାୟକ ଓ ପ୍ରଦୀପ ନାୟକଙ୍କ ୧୨ ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଛି l ଭଣ୍ଡାରିପୋଖରୀ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ଥିବାବେଳେ ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।