ମଧ୍ୟାହ୍ନଭୋଜନ ଖାଇ ୧୨ ଛାତ୍ରୀଛାତ୍ର ଅସୁସ୍ଥ

ପାଟଣା,୨୨।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରୀ ପଞ୍ଚାୟତ ଭାଲୁଘର ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶନିବାର ମଧ୍ୟାହ୍ନଭୋଜନ ଖାଇ ୧୬ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ପଡ଼ିଥିଲେ। ସମସ୍ତଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ମୁତାବକ, ସ୍କୁଲରେ ଛାତ୍ରୀଛାତ୍ରମାନେ ମଧ୍ୟାହ୍ନଭୋଜନ ଖାଇବା ପରେ ୧୨ରୁ ୧୬ଜଣଙ୍କ ପେଟଯନ୍ତ୍ରଣା ହୋଇଥିଲା। ଏଥିସହ ବାନ୍ତି କରିବାରୁ ସମସ୍ତଙ୍କୁ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସମସ୍ତ ଛାତ୍ରୀଛାତ୍ର ଅପରାହ୍ନରେ ସୁସ୍ଥ ହୋଇ ଘରକୁ ଫେରିଥିବା ଅଭିଭାବକମାନେ ପ୍ରକାଶ କରିଛନ୍ତି। ଏନେଇ ଚିକିତ୍ସା କରିଥିବା ଡାକ୍ତର ସି.ଡି. ମୋନାଲିସା କହିଛନ୍ତି, ପାଖାପାଖି ୧୧ ଜଣ ଛାତ୍ରୀଛାତ୍ର ପେଟ କାଟିବାରୁ ଡାକ୍ତରଖାନାକୁ ଆସିଥିଲେ। ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ପାଟଣା ବିଇଓ ପୂର୍ଣ୍ଣଚନ୍ଦ୍ର ଅମାନ୍ତ କହିଛନ୍ତି। ମଧ୍ୟାହ୍ନଭୋଜନ ଖାଇବା ପରେ କିଛି ପିଲାଙ୍କ ବାନ୍ତିହେବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଭଳି କାହିଁକି ହେଲା ଘଟଣାର ତଦନ୍ତ ପରେ ଜଣାପଡ଼ିବ ବୋଲି ସେ କହିଥିଲେ।

Share