ସ୍ବାଧୀନତା ଦିବସରେ ଅଘଟଣ, ସ୍କୁଲ ବସ ଓଲଟି ୧୨ ଛାତ୍ରୀଛାତ୍ର ଆହତ

ପଦ୍ମପୁର, ୧୫।୦୮(ପ୍ରଶାନ୍ତ କର): ରାୟଗଡ଼ା ଜିଲା ପଦ୍ମପୁର ବ୍ଳକ ସଦର ମହକୁମାସ୍ଥିତ ଏକ ଇଂରାଜୀ ବିଦ୍ୟାଳୟର ସ୍କୁଲ ବସ ଓଲଟି ୧୨ ଛାତ୍ରୀଛାତ୍ର ଆହତ ହୋଇଛନ୍ତି । ଆହତ ଛାତ୍ରଛାତ୍ରଙ୍କୁ ପଦ୍ମପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ମଙ୍ଗଳବାର ବିଦ୍ୟାଳୟରେ ସ୍ବାଧୀନତା ଦିବସ ପାଳନ ପରେ ବିଦ୍ୟାଳୟର ସ୍କୁଲ ବସ ଛାତ୍ରୀଛାତ୍ରଙ୍କୁ ଘରକୁ ଛାଡ଼ିବା ପାଇଁ ନେଇ ଯାଉଥିଲା। ତେବେ ପଦ୍ମପୁର ବ୍ଲକ ପେରୁପାଙ୍ଗ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଦୂର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ଓ ଆହତ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ । ପଦ୍ମପୁର ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି। ଘଟଣାସ୍ଥଳରୁ ଡ଼୍ରାଇଭର ଫେରାର ଥିବା ବେଳେ ଉକ୍ତ ଡ଼୍ରାଇଭରଙ୍କ ଘର ପଦ୍ମପୁର ବ୍ଲକ ଜାତିଲି ନିକଟସ୍ଥ ରଘୁନାଥପୁର ଗ୍ରାମର ବୋଲି ଜଣାପଡିଛି।

Share