Categories: ଜାତୀୟ

ପ୍ରାର୍ଥନା ସଭା ପରେ ହଠାତ୍‌ ବେହୋଶ ହୋଇଗଲେ ୧୨ ଛାତ୍ର, ତାପରେ…

ଲକ୍ଷ୍ନୌ, ୩୦।୦୭: ଉତ୍ତର ପ୍ରଦେଶର ଏଟା ଜିଲା ଅନ୍ତର୍ଗତ ଏକ ସ୍କୁଲରେ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଜନପଦର ଏହି ସ୍କୁଲରେ ସକାଳୁ ପ୍ରର୍ଥନା ସଭା ପରେ ୧୨ ଛାତ୍ର ବେହୋଶ ହୋଇଯାଇଛନ୍ତି । ଫଳରେ ଏହି ଘଟଣାକୁ ନେଇ ସ୍କୁଲ ପରିସରରେ ଭୟ ଖେଳିଯାଇଥିଲା । ମିଳିଥିବା ସୂଚନା ମୁତାବକ ଏଟା ଜିଲା ମଲାବନ ଥାନା ଅଞ୍ଚଳର ହରିଚନ୍ଦନପୁରର ପିଏମ୍‌ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଏହି ଘଟଣା ଘଟିଛି । ବେହୋଶ ହୋଇଥିବା ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମଙ୍ଗଳବାର ସକାଳୁ ପ୍ରର୍ଥନା ସଭା ପରେ ସ୍କୁଲରେ କଥିତରୂପେ ଖେଳକୁଦ ଏବଂ ବାୟାମ କରାଯାଏ । ଜବରଦସ୍ତି ପିଲାଙ୍କୁ କରିବାକୁ ବାଧ୍ୟ କରାଯାଏ । ଫଳରେ ଏଥିରେ ୧୨ ଜଣ ବେହୋଶ ହୋଇଯାଇଛନ୍ତି । ଏ ସମସ୍ତ ଛାତ୍ରୀଛାତ୍ର ଷଷ୍ଠରୁ ନବମ ଶ୍ରେଣୀ ମଧ୍ୟରେ ପାଠପଢ଼ନ୍ତି । ତେବେ ଏହି ଘଟଣାକୁ ନେଇ ଜିଲାପାଳ କହିଛନ୍ତି ଯେ, ପ୍ରବଳ ଗରମ କାରଣରୁ ଏପରି ହୋଇଛି । ଉକ୍ତ ସ୍କୁଲକୁ ଏକ ମେଡିକାଲ୍‌ ଟିମ୍‌ ପଠାଯାଇଛି ।

Share