୧୨ ହଜାର କୋଟିର ରାଖୀ ବ୍ୟବସାୟ

ଭୁବନେଶ୍ୱର, ୧୯।୮ (ଅନୁରାଧା ମହାରଣା): ରାଖୀପୂର୍ଣ୍ଣିମାକୁ ନେଇ ଭାଇ-ଭଉଣୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳୁଥିବାବେଳେ ରାଖୀ ଚୟନରେ ଲୋକଙ୍କ ପସନ୍ଦ ବଦଳିଛି। ଚଳିତ ବର୍ଷ ଚାଇନା ରାଖୀ ବିକ୍ରୟ ଅନେକାଂଶରେ କମ୍‌ ହୋଇଥିବାବେଳେ ସ୍ବଦେଶ ରାଖୀ ପ୍ରତି ଗ୍ରାହକଙ୍କ ରୁଚି ବଢ଼ିଛି। ଚଳିତ ବର୍ଷ ରାଖୀ ପ୍ରାୟ ୧୨ ହଜାର କୋଟି ଟଙ୍କା ବ୍ୟବସାୟ ହେବା ନେଇ ଆକଳନ କରାଯାଇଛି। ବ୍ୟବସାୟୀଙ୍କ ସର୍ବୋଚ୍ଚ ସଂଗଠନ କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ ମିଳିଥିତ୍ବା ସୂଚନାନୁସାରେ, ରାଖୀ ପର୍ବରେ ଚଳିତ ବର୍ଷ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଉଛି। ଗତ କିଛି ବର୍ଷ ଧରି ଦେଶରେ ସ୍ବଦେଶୀ ରାଖୀର ଚାହିଦା ବଢ଼ିଛି। ଚଳିତ ବର୍ଷ ଚାଇନାରେ ପ୍ରସ୍ତୁତ ରାଖୀ ପ୍ରତି ଲୋକଙ୍କ ବିଶେଷ ଆଗ୍ରହ ନାହିଁ। ସିଏଆଇଟିର ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ, ରାଖୀ ଚାହିଦାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ୧୨ ହଜାର କୋଟି ଟଙ୍କାର ବ୍ୟବସାୟ ହୋଇପାରିବ। ଗତ ବର୍ଷ ଏହି ସଂଖ୍ୟା ପ୍ରାୟ ୧୦ ହଜାର କୋଟି ଟଙ୍କା ଥିଲା। କ୍ୟାଟ ଜାତୀୟ ସଭାପତି ବିସି ଭାରତୀ କହିଛନ୍ତି ଯେ ଚଳିତ ବର୍ଷ ଦେଶର ବିଭିନ୍ନ ସହରର ପ୍ରସିଦ୍ଧ ଉତ୍ପାଦରୁ ସ୍ବତନ୍ତ୍ର ପ୍ରକାରର ରାଖୀ ମଧ୍ୟ ପ୍ରସ୍ତୁତ କରାଯାଇଛି। ଏଥିମଧ୍ୟରେ ନାଗପୁରରେ ତିଆରି ଖାଡି ରାଖୀ, ଜୟପୁରର ସାଙ୍ଗେନେରୀ କଳା ରାଖୀ, ପୁଣେର ବୀଜ ରାଖୀ, ମଧ୍ୟପ୍ରଦେଶର ସତ୍ୟନାରେ ଊନୀ ରାଖୀ, ଆଦିବାସୀ ସାମଗ୍ରୀରେ ତିଆରି ବାଉଁଶ ରାଖୀ, ଆସାମର ଚା ପତ୍ର ରାଖୀ, କୋଲକାତାର ଝୋଟ ରାଖୀ, ମୁମ୍ବାଇର ରେଶମ ରାଖୀ, ଏଥିମଧ୍ୟରେ କେରଳର ଖଜୁରି ରାଖୀ, କାନପୁରର ମୋତି ରାଖୀ, ମଧୁବାଣୀ ଏବଂ ବିହାରର ମୈଥିଳୀ କଳା ରାଖୀ, ପଣ୍ଡିଚେରୀର ସଫ୍ଟ ଷ୍ଟୋନ ରାଖୀ, ବାଙ୍ଗାଲୋରର ଫୁଲ ରାଖୀ ଇତ୍ୟାଦି ରହିଛି। ଏହା ବ୍ୟତୀତ ତ୍ରିରଙ୍ଗା ରାଖୀ, ବସୁଧୈବ କୁଟୁମ୍ବକମ ରାଖୀ, ଭାରତ ମାତା ରାଖୀ ଇତ୍ୟାଦିର ମଧ୍ୟ ଚାହିଦା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

ଭାରତରେ ବଢିଚାଲିଛନ୍ତି କୋଟିପତି: ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୭।୯: ଦେଶରେ କୋଟିପତି ଲୋକଙ୍କ ସଂଖ୍ୟାରେ ବଡ ମାତ୍ରାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

୮ ନିୟୁତ ଟନ୍‌କୁ ବୃଦ୍ଧିପାଇବ ଉତ୍ପାଦନ କ୍ଷମତା

ଯାଜପୁର,୧୭ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଖୁବ୍‌ଶୀଘ୍ର ସମ୍ପନ୍ନ ହେବାକୁ ଯାଉଛି। ଏହିକ୍ରମରେ ଏହାର ଉତ୍ପାଦନ କ୍ଷମତା...

ଭାରତରେ ବିଏମ୍‌ଡବ୍ଲ୍ୟୁ ରିଟେଲ ନେକ୍ସଟର ଶୁଭାରମ୍ଭ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଭାରତରେ ବିଏମ୍‌ଡବ୍ଲ୍ୟୁ ଗ୍ରୁପର ରିଟେଲ ନେକ୍ସଟ ଡିଲରଶିପ ଶୁଭାରମ୍ଭ ସମ୍ପର୍କରେ କମ୍ପାନୀର ଇଣ୍ଡିଆ ୟୁନିଟ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି।...

ଭାରତ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ଆହ୍ବାନ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ୪ର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀ (ରି-ଇନ୍‌ଭେଷ୍ଟ)କୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

କୁଲଦୀପ ଏଭରଗ୍ରୀନ୍‌ ଚା’ର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,,୧୬।୯ (ଅଭୟ ଦାଶ): ଦେଶର ପ୍ରମୁଖ ଚା’ ବ୍ରାଣ୍ଡ୍‌ ତଥା ନେହା ଏଣ୍ଟରପ୍ରାଇଜର୍ସ ଦ୍ୱାରା ପ୍ରସ୍ତୁତ ଲୋକପ୍ରିୟ ଉତ୍ପାଦ ଏଭରଗ୍ରୀନ ଚା’ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri