୩୩ ଦିନରେ ୧୨ ହଜାର ଲୋକଙ୍କ ମୃତ୍ୟୁ, ଚାରିଆଡେ ମୃତଦେହ ଗଦା…

ଜେରୁଜେଲମ,୯।୧୧ : କ୍ରମାଗତ ୩୩ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଅକ୍ଟୋବର ୭ରେ ହମାସ ଦ୍ୱାରା ହୋଇଥିବା ଆକ୍ରମଣ ପରଠାରୁ ଇସ୍ରାଏଲ ସେନା ଗାଜା ଷ୍ଟ୍ରିପରେ ଆକ୍ରମଣ କରିଆସୁଛି। ଯେଉଁ କାରଣରୁ ସାଧାରଣ ଲୋକ ମଧ୍ୟ ଏହାର ପରିଣାମ ଭୋଗୁଛନ୍ତି। ଇସ୍ରାଏଲ ସେନା ଆକ୍ରମଣରେ ଏପର୍ଯ୍ୟନ୍ତ ୧୦,୫୦୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।

ହମାସକୁ ଧ୍ୱଂସ କରିବା ଉଦ୍ଦେଶ୍ୟରେ ଇସ୍ରାଏଲ ଆତଙ୍କବାଦୀ ଶିବିର ଉପରେ ଲଗାତାର ବୋମା ମାଡ ଏବଂ ଭୂତଳ ଆକ୍ରମଣ ସହିତ ପ୍ରତିଶୋଧ ନେଇଛି। ମୃତକଙ୍କ ମଧ୍ୟରେ ଅଧିକ ଶିଶୁ ଥିବା ଗାଜାରେ ହମାସ ଦ୍ୱାରା ପରିଚାଳିତ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ପ୍ରଦାନ କରିଛି।

ହମାସ ଦାବି କରିଛି ଇସ୍ରାଏଲ ରାଫା କ୍ରସିଂ ଦେଇ ଗାଜା ଷ୍ଟ୍ରିପରୁ ଇଜିପ୍ଟକୁ ଆହତ ପାଲେଷ୍ଟାଇନ କିମ୍ବା ବିଦେଶୀମାନଙ୍କୁ ସ୍ଥାନାନ୍ତର ବନ୍ଦ କରିଦେଇଛି। ହମାସର ଜଣେ ଅଧିକାରୀ କହିଛନ୍ତି ଆହତଙ୍କ ତାଲିକାକୁ ମଞ୍ଜୁର କରିବାକୁ ଇସ୍ରାଏଲ ମନା କରିଦେଇଥିବାରୁ କ୍ରସିଂ ପଏଣ୍ଟ ବନ୍ଦ ରହିଛି।

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପୁଣିଥରେ ଗାଜାରେ ଅସ୍ତ୍ରବିରତି ପାଇଁ ଅନ୍ତର୍ଜାତୀୟ ଆହ୍ବାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ କହିଛନ୍ତି ହମାସ ପ୍ରଥମେ ସମସ୍ତ ବନ୍ଧକଙ୍କୁ ମୁକ୍ତ କରିବା ଉଚିତ।

Share