ଲଣ୍ଡନ,୧୭ ।୧: ପୋଲିସକର୍ମୀ ଡେଭିଡ କୌରିକ ସୋମବାର କହିଛନ୍ତି କି ସେ ତାଙ୍କ ସେବାକାଳ ମଧ୍ୟରେ ୨୦ ବର୍ଷ ଭିତରେ ୧୨ ଜଣ ମହିଳାଙ୍କ ସହ ପ୍ରାୟ ୮୦ ଥର ବଳାତ୍କାର କରିଛନ୍ତି । କୌରିକ ୨୦୦୦ରୁ ୨୦୨୧ ପର୍ଯ୍ୟନ୍ତ ଲଣ୍ଡନର ମେଟ୍ରୋପଲିଟାନ ପୋଲିସରେ କାର୍ଯ୍ୟରତ ଥିଲେ । ଦୀର୍ଘଦିନ ପଯ୍ୟନ୍ତ ସେ ସଂସଦର ସୁରକ୍ଷାରେ ନିୟୋଜିତ ଥିଲେ । ସେତେବେଳେ ସେ ତାଙ୍କର ପ୍ରଭାବର ବ୍ୟବହାର କରି ଏଭଳି ବଳାତ୍କାର କରିଥିବା ପ୍ରକାଶ କରିଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏହି ପୋଲିସଙ୍କ ପ୍ରତି ଜନତାଙ୍କର ଥିବା ବିଶ୍ୱାସକୁ ସେ ଭାଙ୍ଗିରୁଜି ଦେଇଥିବା ଘଟଣା ବୋଲି ପ୍ରକାଶ କରିଛନ୍ତି ।
Posted inଅନ୍ତର୍ଜାତୀୟ