Advertisement

ବିଷାକ୍ତ ପାଣି ପିଇ ଚାଲିଗଲା ଛାତ୍ରଙ୍କ ଜୀବନ, ୫୦ ଅସୁସ୍ଥ

କୋଲକାତା,୨୮।୮: ପଶ୍ଚିମବଙ୍ଗ ନଦିୟା ଜିଲା ମଥୁଆପୁରରେ ବିଷାକ୍ତ ଜଳ ପିଇ ଜଣେ ୧୨ ବର୍ଷର ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏପରିକି ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଅସୁସ୍ଥ ହୋଇପଡିଛନ୍ତି। ସ୍କୁଲରୁ ଫେରିବା ପରେ ପାଣି ପିଇ ଛାତ୍ର ଶୁଭଦୀପ ହଳଧର ଅସୁସ୍ଥ ହୋଇ ପଡିଥିଲେ। ପରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ବର୍ତ୍ତମାନ ସୁଦ୍ଧା ୧୧ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share