Categories: ଜାତୀୟ

ସହାୟତା ମାଗିଲେ ବଳାତ୍କାର ପୀଡ଼ିତା, ଭିଡିଓ କଲେ ଦେଖଣାହାରୀ

କନୌଜ,୨୬।୧୦: ଉତ୍ତରପ୍ରଦେଶର କନୌଜରେ ଜଣେ ୧୨ ବର୍ଷର ବାଳିକା ବଳାତ୍କାରର ଶିକାର ହୋଇ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସହାୟତା ପାଇଁ ଚିତ୍କାର କରୁଥିବାବେଳେ ସେଠାରେ ଉପସ୍ଥିତ ଲୋକେ ସାହାଯ୍ୟର ହାତ ବଢ଼ାଇବା ପରିବର୍ତ୍ତେ ତାଙ୍କର ଭିଡିଓ ଶୁଟିଂ କରିବା ଭଳି ସମ୍ବେଦନଶୀଳ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଲୋକେ ଏହି କରୁଣ ଦୃଶ୍ୟକୁ ସେମାନଙ୍କ ମୋବାଇଲ ଫୋନ୍‌ରେ ଶୁଟିଂ କରୁଥିବାବେଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପୀଡ଼ିତା ଜଣକ ଗୁରୁତର ଆହତ ହୋଇଥିଲେ ଓ ତାଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ଅଙ୍ଗରେ ଏକାଧିକ ଚୋଟ ଲାଗିଥିଲା। ସେ ହାତ ଟେକି ଚିତ୍କାର କରି କାନ୍ଦୁଥିବାବେଳେ କେହି ତାଙ୍କ କଥା ଶୁଣୁ ନ ଥିଲେ। ପୋଲିସ ଜାଣିଛି କି ନାହିଁ ବୋଲି କେହି ଜଣେ ପଚାରୁଥିବାବେଳେ ଅନ୍ୟ ଜଣେ ପୋଲିସ ମୁଖ୍ୟଙ୍କ ନମ୍ବର ପଚାରୁଥିବା ଶୁଣାଯାଇଛି।

Share