Categories: ଜାତୀୟ

COP28 ମଞ୍ଚରେ ଝଡ ସୃଷ୍ଟି କଲେ ୧୨ବର୍ଷିୟ ଭାରତୀୟ ଝିଅ, କହିଲେ..

ନୂଆଦିଲ୍ଲୀ,୧୨।୧୨:ଜଳବାୟୁ କାର୍ଯ୍ୟକର୍ତ୍ତା ଲିସିପ୍ରିୟା କଙ୍ଗୁଜମ ଦୁବାଇରେ ଅନୁଷ୍ଠିତ ସଂଯୁକ୍ତ ରାଷ୍ଟ୍ର ଜଳବାୟୁ ସମ୍ମିଳନୀ ୨୦୨୩(cop 28)ମଞ୍ଚକୁ ଦୋହାଲାଇ ଦେଇଛନ୍ତି। ମଣିପୁରର ୧୨ବର୍ଷିୟ ଲିସି ନିଜ ମୁଣ୍ଡ ଉପରେ ଏକ ପ୍ଲା କାର୍ଡ ଧରି cop 28 ମଞ୍ଚକୁ ଚଢିଥିଲେ। ଯେଉଁଥିରେ ଲେଖାଯାଇଥିଲା, ‘ଜୀବାଶ୍ମ ଇନ୍ଧନ ବ୍ୟବହାର ବନ୍ଦ କର। ଆମ ଗ୍ରହ ଓ ଭବିଷ୍ୟତକୁ ରକ୍ଷା କର’।

ମଞ୍ଚରୁ ଏପାଖ ସେପାଖ ଦୌଡି ନାରା ଲଗାଇବା ପରେ ଲିସି ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ବିରୋଧ କରି ଏକ ଛୋଟ ଭାଷଣ ଦେଇଥିଲେ। ପରେ ତାଙ୍କୁ ମଞ୍ଚରୁ ବାହାର କରିବା ପୂର୍ବରୁ ଦର୍ଶକ ଖୁବ୍‌ ତାଳି ମାରି ତାଙ୍କ ସାହାସକୁ ଖୁବ୍‌ ପ୍ରଶଂସା କରିଥିଲେ।

cop 28ର ମହାନିର୍ଦ୍ଦେଶକ ରାଜଦୂତ ମାଜିଦ ଅଲ୍‌ ସୁବେଦୀ ଲିସିଙ୍କୁ ପ୍ରଶଂସା କରିଥିଲେ। ଲିସି ଘଟଣାର ଭିଡିଓଟିକୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କହିଛନ୍ତି, ଏପରି କହିବା ଯୋଗୁ ସେମାନେ ୩୦ମିନିଟ ଯାଏଁ ମୋତେ ଅଟକାଇ ରଖିଥିଲେ। ମୋର ଗୋଟିଏ ମାତ୍ର ଅପରାଧ ଯେ, ମୁଁ ଜୀବାଶ୍ମ ଇନ୍ଧନର ବ୍ୟବହାର ନ କରିବାକୁ କହିଥିଲି। ଯାହା ଜଳବାୟୁ ସଙ୍କଟର ପ୍ରମୁଖ କାରଣ।

ଅନ୍ୟ ଏକ ପୋଷ୍ଟ କରି ସେ କହିଛନ୍ତି, ଜୀବାଶ୍ମ ଇନ୍ଧନ ବିରୋଧରେ କହିବାରୁ ସେମାନେ ମୋର ବ୍ୟାଜ୍‌ ବନ୍ଦ କରିଦେଇଛନ୍ତି। ସଂଯୁକ୍ତ ରାଷ୍ଟ୍ର ପରିସରରେ ଶିଶୁ ଅଧିକାରର ଉଲ୍ଲଘଂନ କରାଯାଇଛି।

 

Share