ଛୋଟପିଲାର ସ୍ବପ୍ନ ପୂରଣ ହେଲା

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌, ଟଲିଉଡ୍‌ ଷ୍ଟାର ଦଗ୍ଗୁବତି ଭେଙ୍କଟେଶ ଏବଂ ସାଉଥ୍‌ ସୁପରଷ୍ଟାର ରାମ ଚରଣଙ୍କ ବଲିଉଡ୍‌ ମୁଭି ‘କିସି କି ଭାଇ କିସି କି ଜାନ୍‌’ର ଗୀତ ୟେତମ୍ମା ରିଲିଜ୍‌ ପରେ ପରଦାକୁ ଆସିଛି। ଏହି ଗୀତ ରିଲିଜ୍‌କୁ ନେଇ ରାମ ଚରଣ ଏକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଏହି ଗୀତ ହେଉଛି ବ୍ଲାଷ୍ଟ। ଏହା ସବୁଠାରୁ ଭଲ ଗୀତ ମଧ୍ୟରୁ ଗୋଟିଏ। ସଲମାନ୍‌ଙ୍କ ସହ ଡ୍ୟାନ୍ସକରି ଜଣେ ଛୋଟ ପିଲାର ସ୍ବପ୍ନ ପୂରଣ ହେଲା ବୋଲି ସେ କହିଛନ୍ତି। ଏହି ଗୀତରେ ସେ ବହୁତ ମଜା କରିଛନ୍ତି, ଯାହା ଦର୍ଶକଙ୍କ ବେଶ୍‌ ମନଲୋଭା ହୋଇଛି। ତେବେ ଏହି ଗୀତ ରିଲିଜ୍‌ ପରେ ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। କିଛିଦିନ ହେବ ‘ଆର୍‌ଆର୍‌ଆର୍‌’ ମୁଭିର ‘ନାଟୁ ନାଟୁ’ ଗୀତକୁ ଓସ୍କାର ମିଳିବା ପରେ ରାମ ଚରଣ ଚର୍ଚ୍ଚାରେ ଥିଲେ। ଏହି ଓସ୍କାର ପାଇଁ ସେ ନିଜକୁ ବହୁ ଗର୍ବିତ ମନେକରୁଛନ୍ତି।

Share