Categories: ଫୁରସତ

୧୨ ବର୍ଷୀୟ ମିନି ହଲ୍କ

ବ୍ରାସିଲିଆ: ଅନେକ ବଡିବିଲ୍ଡର ଅଛନ୍ତି, ଯେଉଁମାନେ କି ବହୁ ସମୟ ଜିମ୍‌ରେ ଅତିବାହିତ କରନ୍ତି। ସେମାନଙ୍କୁ ବଡି କରିବାକୁ କିଛି ବର୍ଷ ସମୟ ଲାଗିଥାଏ। ହେଲେ ଜଣେ ବାଳକ ୧୨ ବର୍ଷ ବୟସରେ ବଡି ତିଆରିକରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏଥିପାଇଁ ତାଙ୍କୁ ମିନି ହଲ୍କ ମଧ୍ୟ କୁହାଯାଉଛି। ବ୍ରାଜିଲ ବାସିନ୍ଦା କଉଜିନ୍‌ହୋ ନେଟୋ ତାଙ୍କର ଏପରି ବଡି ପାଇଁ ପ୍ରତିଦିନ ବହୁ ପରିଶ୍ରମ କରନ୍ତି। ସେ ପ୍ରତ୍ୟୁଷ ୫ଟା ୩୦ରୁ ଉଠି ୮ କିମି ଦୌଡ଼ିଥା’ନ୍ତି। ପରେ ସେ ସ୍କୁଲ ଯିବା ପାଇଁ ପ୍ରସ୍ତୁତ ହୁଅନ୍ତି। ସ୍କୁଲରୁ ଆସି ପାଠପଢ଼ା ଶେଷ କରିଥା’ନ୍ତି। ପରେ ୯ଟାରେ ଶୋଇବା ପୂର୍ବରୁ ୨ରୁ ସାଢ଼େ ୨ ଘଣ୍ଟା ଦିନର ୨ୟ ଥର ପାଇଁ ୱେଟ୍‌ ଟ୍ରେନିଂ ସେସନ କରନ୍ତି। ତାଙ୍କ ଓଜନ ୩୭ କିଲୋ ହୋଇଥିବାବେଳେ ସେ ବର୍ତ୍ତମାନ ୯୧ କିଲୋରୁ ଅଧିକ ଓଜନର ଡେଡଲିଫ୍ଟ କରିପାରୁଛନ୍ତି। ତାଙ୍କ ବାପା କାରଲୋସ୍‌ ପିଟାଙ୍ଗା ଫିଲ୍‌ହୋଙ୍କ କହିବା ମୁତାବକ, ନେଟୋ ୨୦୨୧ରୁ ଜିମ୍‌ ଯିବା ଆରମ୍ଭ କରିଛନ୍ତି। ଯେଉଁମାନେ ଲମ୍ବା ସମୟ ପର୍ଯ୍ୟନ୍ତ ପରେ ମଧ୍ୟ ଯେଉଁ କାର୍ଯ୍ୟ କରିପାରନ୍ତିନି ନେଟୋ ତାହା ଜିମ୍‌ ଆରମ୍ଭରୁ କରିପାରୁଥିଲେ। ସେ ସାଲ୍‌ଭାଡୋର୍‌ରେ ଆମାଟିଉର୍‌ ଏଲ୍‌ପିଓ ୱେଟ୍‌ଲିପ୍ଟିଂ ଚାମ୍ପିୟନଶିପ୍‌ରେ ଭାଗ ନେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ତାଙ୍କର ଏକ ଟ୍ରେନିଂ ଟିମ୍‌ ରହିଛି। ସେଥିରେ ଜଣେ କୋଚ୍‌, ଡାକ୍ତର, ଫିଜିଓଥେରାପିଷ୍ଟ, ନ୍ୟୁଟ୍ରିଶନିଷ୍ଟ ଅଛନ୍ତି।

Share