୧୨ ବର୍ଷ ପରେ ମା’ ସହିତ ହେଲା ଭେଟ…

ବର୍ଲିନ୍‌, ୩୦।୮: ମା’ର ମମତା ଅନ୍ୟ କେହି ଦେଇପାରିବେ ନାହିଁ। ମଣିଷ ହେଉ ଅବା ପ୍ରାଣୀ କେହି ମା’କୁ କେବେ ମଧ୍ୟ ଭୁଲି ପାରିବେ ନାହିଁ। ଜମାର୍ନୀର ଏକ ଚିଡ଼ିଆଖାନାରେ ୧୨ ବର୍ଷ ପରେ ମା’ ହାତୀ ପୁଅ ହାତୀକୁ ଭେଟିଛି। ପୁଅ ହାତୀର ଝିଅ ସହିତ ମଧ୍ୟ ମା’ ହାତୀର ସାକ୍ଷାତ୍‌ ହୋଇଛି। ମା’ ସ୍ନେହରେ ପୁଅ ହାତୀର ଶୁଣ୍ଢକୁ ଜାବୋଡ଼ି ଧରିଛି। ପୁଅ ହାତୀର ଆବେଗ ଚିଡ଼ିଆଖାନା କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଏତେ ଦିନ ପରେ ପରସ୍ପରକୁ ଭେଟି ମା’ ଏବଂ ପୁଅ ହାତୀର ଆଖି ଛଳଛଳ ହୋଇ ଉଠିଛି। ଏଠାରେ ଉପସ୍ଥିତ ଥିବା ଜଣେ ଫଟୋଗ୍ରାଫର ମା’ ପୁଅଙ୍କ ଭେଟର ଫଟୋ ଏଠାଇ ଏହାକୁ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରିଛନ୍ତି। ଏବେ ଏହି ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୩୯ ବର୍ଷର ମା’ ହାତୀ ପୋରେକୁ ମଧ୍ୟ ଜର୍ମାନୀର ହଲ୍ଲେ ସହରରେ ଥିବା ବର୍ଗ ଚିଡ଼ିଆ ଖାନାକୁ ସ୍ଥାନାନ୍ତର କରାଯାଇଛି। ଏଠାରେ ମା’ ହାତୀ ୧୯ ବର୍ଷର ପୁଅ ହାତୀ ତାନା ଏବଂ ୪ ବର୍ଷର ନାତୁଣୀ ହାତୀ ତାମିକାକୁ ଭେଟିଛି। ମା’ ହାତୀ ପୋରେ ୧୯୮୧ରେ ଆଫ୍ରିକାର ଜଙ୍ଗଲରେ ଜନ୍ମଗ୍ରହଣ କରିଥିଲା। ପରେ ତାକୁ ଜର୍ମାନୀର ମଗଡେବର୍ଗ ଚିଡ଼ିଆଖାନାରେ ରଖାଯାଇଥିଲା। ୨୦୦୧ରେ ସେ ପୁଅ ତାନାକୁ ଜନ୍ମ ଦେଇଥିଲା।

Share