ଟ୍ରଲି ଭଡ଼ା କରି ଭୋଟ ଦେବାକୁ ଆସିଲେ ୧୨୦ ବର୍ଷିୟା ଭୋଟର

ଭୁବନେଶ୍ୱର,୨୫।୩(ବ୍ୟୁରୋ): ଭୋଟ ଦେବା ପାଇଁ ଟ୍ରଲି ଭଡ଼ା କରି ଆସିଥିଲେ ୧୨୦ବର୍ଷର ମହିଳା ଭୋଟର ଭାବମଣି ବେହେରା। ଭୁବନେଶ୍ୱର ୟୁନିଟ୍‌-୨ ବସ୍ତିର ବାସିନ୍ଦା ଭାବମଣି ବୟସର ଅପରାହ୍ନରେ ଉପନୀତ ହୋଇ ମଧ୍ୟ ଆଗ୍ରହର ସହ ଗଣତନ୍ତ୍ରର ମହାନ୍‌ ପର୍ବରେ ସାମିଲ ହୋଇ ୟୁନିଟ୍‌-୨ ସରକାରୀ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ମତଦାନ ସାବ୍ୟସ୍ତ କରିଛନ୍ତି। ସେ ଭଲରେ ଚାଲି ପାରୁ ନ ଥିଲେ କି ଠିକ୍‌ ଭାବେ କଥା କହି ପାରୁ ନ ଥିଲେ। ତେବେ ସହରରେ ମତଦନ ହାର କମ୍‌ ରହୁଥିବାବେଳେ ବୟସର ଅପରାହ୍ନରେ ପହଞ୍ଚତ୍ଥିବା ଭାବମଣି ଭୋଟ ଦେବାକୁ ଯେଉଁ ପ୍ରୟାସ କରିଛନ୍ତି, ତାହା ନିଶ୍ଚିତ ଅନ୍ୟମାନଙ୍କ ପାଇଁ ଉଦାହରଣ।

Share