ଭଦ୍ରକ ଅଫିସ,୧୪ା୮: ଭଦ୍ରକ ଜିଲାରେ ଶୁକ୍ରବାର ୧୧୮ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୧ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ମାତ୍ର ୮ ଜଣ ଚି଼ହ୍ନଟ ହୋଇଥିବା ବେଳେ ୧୧୦ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ୮୭୬ ଜଣ ସୁସ୍ଥ ହୋଇଥିବା ବେଳେ ୪୨୧ ଜଣ ଚିକିତ୍ସିତ ହେଉଛନ୍ତି। ୪ଜଣଙ୍କ ମୃତ୍ୟୁ ଘଟିଛି l ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ଜିଲାରୁ ୨୯, ୦୬୫ ଜଣଙ୍ଙ୍କ ସ୍ବାବ୍ ପରୀକ୍ଷା ହୋଇଥିବା କୁହାଯାଇଛି। ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ କହିଛନ୍ତି, ଅଧିକ ସ୍ବାବ୍ ପରୀକ୍ଷା ହେଉଥିବାରୁ ରୋଗୀ ସଂଖ୍ୟା ବଢୁଛି। ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି।