Categories: ଜାତୀୟ

ମୋଦିଙ୍କ ଶାସନରେ ୧୨ ହଜାର କୋଟିର ଲୁହାପଥର ରପ୍ତାନୀ ଦୁର୍ନୀତି: କଂଗ୍ରେସ

ନୂଆଦିଲ୍ଲୀ,୮।୧୦: ଲୁହାପଥର ରପ୍ତାନୀ ଦୁର୍ନୀତି ନେଇ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରାଯାଇଛି। କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ପଓ୍ବନ ଖେରା ଏନେଇ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ମୋଦିଙ୍କ ଶାସନରେ ୧୨ ହଜାର କୋଟି ଟଙ୍କାର ଲୁହାପଥର ରପ୍ତାନୀ ଦୁର୍ନୀତି ହୋଇଛି। ୨୦୧୪ ପୂର୍ବରୁ ଲୁହାପଥର ରପ୍ତାନୀ କେବଳ ଏମ୍‌ଏମ୍‌ଟିସି ଦ୍ୱାରା କରାଯାଉଥିଲା। ୬୪ ପ୍ରତିଶତ ଲୁହା ଥିବା ପଥରକୁ ବିକ୍ରି କରିବା ପୂର୍ବରୁ ଏମ୍‌ଏମ୍‌ଟିସିକୁ ସରକାରଙ୍କ ଅନୁମତି ନେବାକୁ ପଡୁଥିଲା। ଏମ୍‌ଏମ୍‌ଟିସିରେ ୮୯ ପ୍ରତିଶତ ସରକାରୀ ଅଂଶଧନ ରହିଛି। ସେହିପରି ଲୁହାପଥର ରପ୍ତାନୀରେ ୩୦ ପ୍ରତିଶତ ରପ୍ତାନୀ ଶୁଳ୍କ ମଧ୍ୟ ଲଗାଯାଉଥିଲା। ଦେଶର ଇସ୍ପାତଶିଳ୍ପର ବିକାଶ ପାଇଁ ଏଭଳି କରାଯାଉଥିଲା। ତେବେ ମୋଦି ସରକାର କ୍ଷମତାକୁ ଆସିଲା ପରେ ରପ୍ତାନୀ ଆଇନରେ ଅଦବଳବଦଳ କରିଥିଲେ। ଏମ୍‌ଏମ୍‌ଟିସିକୁ ରପ୍ତାନୀ କାର୍ଯ୍ୟରୁ ହଟାଇ ଦିଆଯାଇଥିଲା। ଲୁହାପଥର ଗୁଣ୍ଡ ରପ୍ତାନୀ ଉପରେ କୌଣସି ଶୁଳ୍କ ଲାଗୁ ହେବ ନାହିଁ ବୋଲି ସରକାର ନୂଆ ଆଇନ ପ୍ରଣୟନ କରିଥିଲେ। ଇତିମଧ୍ୟରେ ୪୦ ହଜାର କୋଟି ଟଙ୍କାର ଲୁହାପଥର ରପ୍ତାନୀ କରାଯାଇଛି। ଏଥିରେ ସରକାରଙ୍କ ହାତକୁ ୧୨ ହଜାର କୋଟି ଟଙ୍କା ଯାଇଥିବା ଅଭିଯୋଗ ଖେରା କରିଛନ୍ତି।

Share