ଆଜି ରାଜ୍ୟରୁ ୧୨୦୮ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୬ା୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୧୨୦୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୮୪,୭୩୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୭୦୨ ଜଣ ଚିହ୍ନଟ ହୋଇଥିବା ବେଳେ ୫୦୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୯୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୭୩ ଏବଂ ବାଲେଶ୍ୱରରୁ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୫୫, ବରଗଡ଼ ୫, ଭଦ୍ରକ ୨୨, ବଲାଙ୍ଗୀର ୫, ଦେବଗଡ଼ ୫, ଢେଙ୍କାନାଳ ୧୫, ଗଜପତି ୧, ଗଞ୍ଜାମ ୧୨, ଜଗତସିଂହପୁର ୬୦, ଯାଜପୁର ୫୭, ଝାରସୁଗୁଡ଼ା ୩, କଳାହାଣ୍ଡି ୨, କନ୍ଧମାଳ ୧୬, କେନ୍ଦ୍ରାପଡ଼ା ୩୨, କେନ୍ଦୁଝର ୧୬, କୋରାପୁଟ ୨, ମାଲକାନଗିରି ୪, ମୟୂରଭଞ୍ଜ ୩୩, ନବରଙ୍ଗପୁର ୪, ନୟାଗଡ଼ ୨୫, ନୂଆପଡ଼ା ୨, ପୁରୀ ୫୮, ରାୟଗଡ଼ା ୮, ସମ୍ବଲପୁର ୨୪, ସୋନପୁରରୁ ୩ ଏବଂ ସୁନ୍ଦରଗଡ଼ରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୮୪।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟ ୯,୮୪,୭୩୧ରେ ପହଞ୍ଚିଥିବା ବେଳେ ୯,୬୫,୩୭୦ ଜଣ ସୁସ୍ଥ ହୋଇଛନ୍ତି। ୧୩,୦୦୬ ଜଣ ଚିକିିତ୍ସିତ ହେଉଛନ୍ତି।

Share