ନୂଆଦିଲ୍ଲୀ, ୨୩ା୫(ପି.ଟି.): ଛତିଶଗଡ଼ ମଦ ଦୁର୍ନୀତି ମାମଲାର ମନିଲଣ୍ଡରିଂ ଦିଗ ଉପରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରାୟପୁର ମେୟରଙ୍କ ବଡ଼ଭାଇ ଅନଓ୍ବର ଧେବାର ଏବଂ ଛତିଶଗଡ଼ ରାଜ୍ୟ ମାର୍କେଟିଂ କର୍ପୋରେଶନ ଲିଃର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଆଇଏଏସ୍ ଅଫିସର ଅନିଲ ତୁତେଜାଙ୍କର ୧୨୧.୮୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତିକୁ ବାଜ୍ୟାପ୍ତ କରିଛି। ମନିଲଣ୍ଡରିଂ ପ୍ରତିକାର ଆଇନ (ପିଏମ୍ଏଲ୍ଏ)ରେ ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ତୁତେଜାଙ୍କର ୮.୮୩ କୋଟି ଟଙ୍କାର ୧୪ଟି ସମ୍ପତ୍ତି ଥିବାବେଳେ ଅନଓ୍ବରଙ୍କର ୯୮.୭୮ କୋଟି ଏବଂ ଅରୁଣ ପତି ତ୍ରିପାଠୀଙ୍କର ୧.୩୫ କୋଟି ଟଙ୍କାର ସମ୍ପତ୍ତି ରହିଛି। ଏହା ବ୍ୟତୀତ ବିକାଶ ଅଗ୍ରଓ୍ବାଲ ଓରଫ ସୁବ୍ବୁଙ୍କର ୧.୫୪ କୋଟି ଏବଂ ଅରବିନ୍ଦ ସିଂଙ୍କର ୧୧.୩୫ କୋଟି ଟଙ୍କାର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଥିବା ଇଡି ପକ୍ଷରୁ କୁହାଯାଇଛି। ଏହି ମାମଲାରେ ଇଡି ଅନଓ୍ବର ଧେବରଙ୍କ ସମେତ ତ୍ରିପାଠୀ ଓ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଛି।