Categories: ଜାତୀୟ

୧୨୧ ପୋଲିସଙ୍କୁ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଉତ୍କର୍ଷ ମେଡାଲ

ନୂଆଦିଲ୍ଲୀ, ୧୩।୮(ଆଇଏଏନ୍‌ଏସ୍‌): ତଦନ୍ତରେ ଉତ୍କର୍ଷ ନିମନ୍ତେ ୨୦୨୦ ବର୍ଷ ଲାଗି ମର୍ଯ୍ୟାଦାଜନକ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ମେଡାଲ ଦେଶର ୧୨୧ ପୋଲିସ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ରୁ ୧୫ ଅଧିକାରୀ ପୁରସ୍କୃତ ହୋଇଥିବାବେଳେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ୧୦ ଜଣ ଲେଖାଏ ପୋଲିସ ଅଧିକାରୀ, ଉତ୍ତରପ୍ରଦେଶରୁ ୮, କେରଳ, ପଶ୍ଚିମବଙ୍ଗରୁ ୭ ଜଣ ଲେଖାଏ ଏବଂ ଓଡ଼ିଶାରୁ ୪ଜଣ ପୁରସ୍କୃତ ହୋଇଛନ୍ତି। ପୁରସ୍କୃତ ପୋଲିସଙ୍କ ମଧ୍ୟରେ ୨୧ ମହିଳା ଅଛନ୍ତି। ପୁରସ୍କୃତଙ୍କ ମଧ୍ୟରେ କନଷ୍ଟେବଳଙ୍କଠାରୁ ଡେପୁଟି କମିଶନର ପାହ୍ୟା ପର୍ଯ୍ୟନ୍ତ ଅଧିକାରୀ ରହିଛନ୍ତି। ୨୦୧୮ରେ ଏହି ମେଡାଲ ପ୍ରଦାନ ଆରମ୍ଭ ହୋଇଥିଲା। ଗତବର୍ଷ ୯୬ ଜଣଙ୍କୁ ଏହି ପୁରସ୍କାର ମିଳିଥିଲା।

Share