ବରଗଡ଼ ଅଫିସ,୨୩ା୯: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବୁଧବାର ଜିଲାରେ ପୁଣି ୧୨୧ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ବ୍ଲକର ୧୬, ପୌରାଞ୍ଚଳର ୩୬, ଅତାବିରା ବ୍ଲକର ୧୩, ଭେଡେନ ବ୍ଲକର ୨, ବିଜେପୁର ବ୍ଳକର ୧୯, ବରପାଲି ବ୍ଳକର ୬,ବରପାଲି ଏନ୍ଏସିର ୨, ଅମ୍ବାଭୋନା ବ୍ଲକର ୫, ପଦ୍ମପୁର ବ୍ଲକର ୨, ଅତାବିରା ଏନ୍ଏସିର ୭, ପଦ୍ମପୁର ଏନ୍ଏସିର ୪, ସୋହେଲା ବ୍ଲକର ୩, ଭଟଲି ବ୍ଲକର ୫ଜଣ ରହିଛନ୍ତି। ସେହିପରି ଏଠାରେ ଚିକିତ୍ସାଧୀନ ରହିଥିବା ଅନ୍ୟ ଜିଲାର ଜଣେ ଆକ୍ରାନ୍ତ ମଧ୍ୟ ରହିଛନ୍ତି।
ସୂଚନାଯୋଗ୍ୟ, ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫,୫୮୬ରେ ପହଞ୍ଚିଥିବା ବେଳେ ୪୪୧୧ ଜଣ ସୁସ୍ଥ ହୋଇଛନ୍ତି। ୧୧୬୩ ଜଣ ଚିକିତ୍ସିତ ହେଉଛନ୍ତି। ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।
Posted inଆମ ଜିଲା ଖବର, କରୋନା ଭାଇରସ୍, ବରଗଡ଼