ଆଜି ରାଜ୍ୟରେ ୧୨୧୯ ପଜିଟିଭ୍‌ ଚିହ୍ନଟ, ୧୦୦ ଉପରେ ୩ ଜିଲା

ଭୁବନେଶ୍ୱର,୯ା୧୧(ବ୍ୟୁରୋ): ସୋମବାର ୩୦ ଜିଲାରୁ ୧୨୧୯ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୦,୨୭୯୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୭୦୮ ଜଣ ଚିହ୍ନଟ ହୋଇଥିବା ବେଳେ ୫୧୧ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସର୍ବାଧିକ ସୁନ୍ଦରଗଡ଼ ଏବଂ ବାଲେଶ୍ୱରରୁ ୧୦୭ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ୭୮, ବରଗଡ଼ ୩୯, ଭଦ୍ରକ ୨୨, ବଲାଙ୍ଗୀର ୪୬, ବୌଦ୍ଧ ୫, ଦେବଗଡ଼ ୯, ଢେଙ୍କାନାଳ ୩୦, ଗଜପତି ୯, ଗଞ୍ଜାମ ୧୫, ଜଗତସିଂହପୁର ୫୩, ଯାଜପୁର ୩୨, ଝାରସୁଗୁଡ଼ା ୩୬, କଳାହାଣ୍ଡି ୩୮, କନ୍ଧମାଳ ୧୦, କେନ୍ଦ୍ରାପଡ଼ା ୫୦, କେନ୍ଦୁଝର ୪୦, ଖୋର୍ଦ୍ଧା ୯୨, କୋରାପୁଟ ୨୮, ମାଲକାନଗିରି ୫, ମୟୂରଭଞ୍ଜ ୮୩, ନବରଙ୍ଗପୁର ୧୩, ନୟାଗଡ଼ ୨୩, ନୂଆପଡ଼ା ୩୧, ପୁରୀ ୩୪, ରାୟଗଡ଼ା ୭, ସମ୍ବଲପୁର ୩୨ ଏବଂ ସୋନପୁରରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩,୦,୨୭୯୩ରେ ପହଞ୍ଚିଥିବା ବେଳେ  ୨,୮୮,୧୬୮ଜଣ ସୁସ୍ଥ ହୋଇଛନ୍ତି। ୧୩,୧୩୧ ଜଣ ଚିକିତ୍ସିତ ହେଉଛନ୍ତି।

Share