ଭୁବନେଶ୍ୱର, ୧୧।୧୧(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୧୨୨୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୫୦୦୦ ହଜାରରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୦୩ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୧୭ ଲୋକାଲ କେସ୍ ରହିଛି।
ତେବେ ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ୫୮, ବାଲେଶ୍ୱର ୨୧, ବରଗଡ଼ ୬୦, ଭଦ୍ରକ ୨୮, ବଲାଙ୍ଗୀର ୩୩, ବୌଦ୍ଧ ୫, କଟକ ୯୬, ଦେଓଗଡ଼ ୩, ଢେଙ୍କାନାଳ ୨୬, ଗଜପତି ୫, ଜଞ୍ଜାମ ୨୭, ଜଗତସିଂହପୁର ୫୯, ଯାଜପୁର ୨୬, ଝାରସୁଗୁଡ଼ା ୩୨, କଳାହାଣ୍ଡି ୫୯, କନ୍ଧମାଳ ୮, କେନ୍ଦ୍ରାପଡ଼ା ୪୮, କେନ୍ଦୁଝର ୪୮, ଖୋର୍ଦ୍ଧା ୧୩୪, କୋରାପୁଟ ୨୧, ମାଲକାନଗିରି ୧୯, ମୟୂରଭଞ୍ଜ ୪୬, ନବରଙ୍ଗପୁର ୧୪, ନୟାଗଡ଼ ୨୦, ନୂଆପଡ଼ା ୬୬, ପୁରୀ ୬୦, ରାୟଗଡ଼ା ୫, ସମ୍ବଲପୁର ୪୦, ସୋନପୁର ୧୩, ସୁନ୍ଦରଗଡ଼ ୧୧୯, ଷ୍ଟେଟ ପୋଲିରୁ ୨୧ଜଣ ରହିଛନ୍ତି ।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୩୦,୫୦୦୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୯୧୧୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨୩୪୧ ଜଣ ବିଭିନ୍ନ କୋଭିଡ ହସ୍ପିଟାଲ ଏବଂ ହୋମ୍ ଆଇସୋଲେଶନରେ ରହି ଚିକିତ୍ସିତ ହେଉଛନ୍ତି।