ଫ୍ଲୋରାଲ୍‌ ପ୍ରିଣ୍ଟ ଫ୍ୟାଶନ୍‌

ଲକ୍‌ଡାଉନ୍‌ ପାଇଁ ଫିକା  ପଡ଼ିଥିବା ଫ୍ୟାଶନ ଟ୍ରେଣ୍ଡ ଏବେ ପୁଣି ଥରେ ନୂଆ ରୂପ  ନେଇଛି । ଫ୍ୟାଶନ୍‌ ଦୁନିଆରେ ଏବେ ଫ୍ଲୋରାଲ୍‌ ପ୍ରିଣ୍ଟର ଚାହିଦା ଖୁବ୍‌ ବଢ଼ିବାରେ ଲାଗିଛି। ଫ୍ଲୋରାଲ୍‌ ପ୍ରିଣ୍ଟରେ
ବିଶେଷକରି ସୂର୍ଯ୍ୟମୁଖୀ ପ୍ରିଣ୍ଟ ସବୁଠୁ ଅଧିକ ଲୋକପ୍ରିୟ ହେବାରେ ଲାଗିଛି ।

ଫ୍ୟାଶନ ଡିଜାଇନରଙ୍କ ମତରେ ଫ୍ଲୋରାଲ ପ୍ରିଣ୍ଟର ଚାହିଦା ପ୍ରାୟତଃ ସବୁବେଳେ ରହିଥାଏ। କିନ୍ତୁ ଆଗରୁ ଲୋକଙ୍କର ଛୋଟ ଫୁଲର ପ୍ରିଣ୍ଟ ପସନ୍ଦ ଥିବାବେଳେ ଏବେ ବଡ଼ ଫୁଲଥିବା ପ୍ରିଣ୍ଟ ଅଧିକ ପସନ୍ଦ ହୋଇଛି। ବିଶେଷକରି ମାର୍କେଟରେ ସୂର୍ଯ୍ୟମୁଖୀ ଫୁଲ ପ୍ରିଣ୍ଟର ଡ୍ରେସର ଚାହିଦା ବହୁତ ଅଧିକ ରହିଛି। ଅନ୍‌ଲାଇନ୍‌ରେ ମଧ୍ୟ ଏହି ପ୍ରିଣ୍ଟର ଡ୍ରେସ ଓ ଶାଢ଼ୀ ବହୁତ ବିକ୍ରି ହେଉଛି।
କିପରି ପିନ୍ଧିବେ
– ସୂର୍ଯ୍ୟମୁଖୀ ପ୍ରିଣ୍ଟ ହିଁ ଏକ ଷ୍ଟାଇଲ୍‌ ଷ୍ଟେଟମେଣ୍ଟ। ଆପଣ ଏହି ପ୍ରିଣ୍ଟର ୱେଷ୍ଟର୍ଣ୍ଣ ଡ୍ରେସ ପିନ୍ଧୁଥିଲେ ଆସେସରିଜ୍‌ ସିମ୍ପଲ ରଖନ୍ତୁ। ଏହି ପ୍ରିଣ୍ଟ ବୋଲ୍ଡ ହୋଇଥିବାରୁ ହେଭି ଗହଣା ଲଗାନ୍ତୁ ନାହିଁ।
– ଏହି ପ୍ରିଣ୍ଟ ଯେକୌଣସି ରଙ୍ଗରେ ଭଲ ଲାଗିଥାଏ, କିନ୍ତୁ କଳା ଓ ହଳଦିଆ ରଙ୍ଗରେ ଏହା ଅଧିକ ସୁନ୍ଦର ଲାଗେ। ତେଣୁ ଡ୍ରେସ, ସ୍କର୍ଟ, ଗାଉନ୍‌ କିଣୁଥିଲେ ଏହି ରଙ୍ଗର କିଣନ୍ତୁ।
– ସୂର୍ଯ୍ୟମୁଖୀ ପ୍ରିଣ୍ଟର ଆସେସରିଜ୍‌ ଯେପରି କି ଇୟର ରିଙ୍ଗ୍‌, ହେୟାର ବ୍ୟାଣ୍ଡ, ଜୋତା, ସକ୍ସ, ଟାଇ, ବଟମ୍‌ ରିଙ୍ଗ୍‌ସ ଆଦି ଏବେ ବଜାରରେ ମିଳୁଛି।
– ଆପଣ ଚାହିଁଲେ ନିଜ କଳା କିମ୍ବା ଧଳା ରଙ୍ଗର ଶାର୍ଟ ଉପରେ ସୂର୍ଯ୍ୟମୁଖୀ ପ୍ରିଣ୍ଟ କରି ଏଥେନିକ୍‌ ଲୁକ୍‌ ଦେଇପାରିବେ।
– ଫ୍ୟାଶନ୍‌ ଡିଜାଇନରଙ୍କ ମତରେ ଏହି ପ୍ରିଣ୍ଟର ଶାଢ଼ି ବିଶେଷ କରି ଲାଇଲନ୍‌ ଶାଢି ଖୁବ୍‌ ପସନ୍ଦ ହେଉଛି। ତେଣୁ ଆପଣ ବି ଫ୍ୟାଶନ ଟ୍ରେଣ୍ଡକୁ ଲକ୍ଷ୍ୟ କରି ପୋଷାକ କିଣନ୍ତୁ।
– ସବୁ ବୟସର ମହିଳାଙ୍କୁ ଏହି ପ୍ରିଣ୍ଟ ଭଲ ଲାଗିବ। ତେଣୁ ସମସ୍ତଙ୍କୁ ଏହା ବୋଲ୍ଡ ଲାଗିବ ମାତ୍ର ଓଭର ଡିଜାଇନ୍‌ ଲାଗିବ ନାହିଁ।
– କର୍ଟନ, ଲାଇଲନ୍‌, ଶିଫନ୍‌ ଆଦି ସବୁ ପ୍ରକାରର ମ୍ୟାଟେରିଆଲରେ ଏହି ପ୍ରିଣ୍ଟ ବହୁତ ଭଲ ଲାଗିବ। ତେଣୁ ନିଜ ତ୍ୱଚାର ରଙ୍ଗ ଅନୁସାରେ କିଣନ୍ତୁ।