କୋରାପୁଟ,୧୦ା୯(ସ୍ବ.ପ୍ର.): କୋରାପୁଟ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଗୁରୁବାର ଏହି ଜିଲାରୁ ଆଉ ୧୨୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୪୪ରେ ପହଞ୍ଚିଛି। ଚିହ୍ନଟ ଆକ୍ର୍ରାନ୍ତମାନଙ୍କ ମଧ୍ୟରେ ୮୪ ଜଣ ପୁରୁଷ ଏବଂ ୪୦ ମହିଳା ଅଛନ୍ତି। ଟିଏମ୍ସିର ୪, ପୂର୍ବରୁ ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସି ୫୩ ଓ ୬୭ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ସେମାନଙ୍କ ମଧ୍ୟରୁ ୨ ଜଣ ଛତିଶଗଡ଼ ଓ ୨ ଜଣ ମାଲକାନଗିରି ଫେରନ୍ତା। ଜିଲାର ୪ଟି ପୌରାଞ୍ଚଳରୁ ଚିହ୍ନଟ ୬୦ ଜଣଙ୍କ ମଧ୍ୟରେ ଜୟପୁର ମ୍ୟୁନିସିପାଲଟିରୁ ୩୫, କୋରାପୁଟରୁ ୧୪, ସୁନାବେଡ଼ାରୁ ୭ ଏବଂ କୋଟପାଡ଼ ଏନ୍ଏସିରୁ ୪ ଜଣ ରହିଛନ୍ତି।
ସେହିପରି ଗ୍ରାମାଞ୍ଚଳରୁ ଚିହ୍ନଟ ହୋଇଥିବା ୬୪ ଜଣଙ୍କ ମଧ୍ୟରେ କୋରାପୁଟ ବ୍ଲକ ଅଞ୍ଚଳରୁ ୫, ବନ୍ଧୁଗାଁରୁ ଜଣେ, ବୋରିଗୁମ୍ମାରୁ ୩, ବୈପାରୀଗୁଡ଼ା ୭, ଦଶମନ୍ତପୁର ୬ , ଜୟପୁରରୁ ୭, କୋଟପାଡ଼ରୁ ୨, ନନ୍ଦପୁରରୁ ୨, ଲମତାପୁଟରୁ ୫, କୁନ୍ଦ୍ରାରୁ ୧୧, ଲକ୍ଷ୍ମୀପୁରରୁ ୯, ନାରାୟଣପାଟଣାରୁ ଜଣେ, ପଟ୍ଟାଙ୍ଗିରୁ ଜଣେ ଏବଂ ସେମିଳିଗୁଡାରୁ ୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।