Categories: ଜାତୀୟ

୧୨୪୩୦ ସ୍ମାର୍ଟ କ୍ଲାସ୍‌ ରୁମ୍‌ ଲୋକାର୍ପିତ, ୭୫ ବର୍ଷର କାମ ୭ ବର୍ଷରେ ହୋଇଛି, କହିଲେ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୧୯।୨ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ୧୨୪୩୦ ସ୍ମାର୍ଟ କ୍ଲାସ୍‌ ରୁମ୍‌ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଯାହା ୭୫ ମଧ୍ୟରେ ବର୍ଷରେ କରାଯାଇ ନଥିଲା ଆମ୍‌ ଆଦ୍‌ମୀ ପାର୍ଟି ସରକାର ଏହାକୁ ୭ ବର୍ଷରେ କରି ଦେଖାଇଛନ୍ତି। ଦିଲ୍ଲୀର ପ୍ରାୟ ୨୪୦ ସରକାରୀ ବିଦ୍ୟାଳୟରେ ୧୨୪୩୦ ସ୍ମାର୍ଟ କ୍ଲାସ୍‌ ରୁମ୍‌ ସ୍ଥାପନ କରାଯାଇଛି। କେଜ୍ରିୱାଲ କହିଛନ୍ତି ଯେ ବେସରକାରୀ ବିଦ୍ୟାଳୟରୁ ସରକାରୀ ବିଦ୍ୟାଳୟକ ଇତିମଧ୍ୟରେ ୩,୭୦,୦୦୦ ଛାତ୍ରୀଛାତ୍ର ଆସିଛନ୍ତି।

ତିନି ବର୍ଷ ପୂର୍ବର ସ୍ବପ୍ନ ଏବେ ପୂରଣ ହୋଇଥିବା ସେ କହିଛନ୍ତି। ଏହା ସହିତ କେଜ୍ରିୱାଲ ଭାଜପାକୁ ଟାର୍ଗେଟ୍‌ କରି କହିଛନ୍ତି ଯେ ଆମେ କେବଳ ନଡ଼ିଆ ଭାଙ୍ଗୁ ନାହୁଁ, ସମୟ ପୂର୍ବରୁ ସେହି କାମ ସମ୍ପୂର୍ଣ୍ଣ ମଧ୍ୟ କରିଥାଉ। ଦିଲ୍ଲୀ ସରକାର ୭ ବର୍ଷରେ ୨୦ ହଜାର ଶ୍ରେଣୀଗୃହ ନିର୍ମାଣ କରିଛନ୍ତି ବୋଲି ସେ କହିଛନ୍ତି।

Share