ରାଜ୍ୟରେ ଖୋଲିବ ୬ ନୂଆ କୋର୍ଟ: କଟକରେ ୪, ଭଦ୍ରକରେ ୨ରେ ପହଞ୍ଚିବ କୋର୍ଟ ସଂଖ୍ୟା

ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ରାଜ୍ୟରେ ଆଉ ୬ଟି ନୂଆ କୋର୍ଟ ଖୋଲିବ। ହାଇକୋର୍ଟଙ୍କ ସୁପାରିସ ଆଧାରରେ ରାଜ୍ୟ ସରକାର ଚଳିତବର୍ଷଠାରୁ ଏହି କୋର୍ଟ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଇନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଗୁରୁବାର ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଜେନା କହିଛନ୍ତି ଯେ, କଟକ, ଭଦ୍ରକ, ନୀଳଗିରି, ଉଦଳା, ପଟ୍ଟାମୁଣ୍ଡେଇ ଏବଂ ଖଡିଆଳରେ ଗୋଟିଏ ଲେଖାଏ ଅତିରିକ୍ତ ଜିଲା ଓ ସେସନ୍‌ ଜଜ୍‌ କୋର୍ଟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ଜିଲା ଓ ସେସନ କୋର୍ଟ ଖୋଲିବା ଦ୍ୱାରା କଟକରେ କୋର୍ଟ ସଂଖ୍ୟା ୪ ହେବ। ଏହାସହ ଭଦ୍ରକରେ ଆଉ ଗୋଟିଏ ନୂଆ କୋର୍ଟ ଖୋଲିଲେ ଜିଲାରେ କୋର୍ଟ ସଂଖ୍ୟା ୨ରେ ପହଞ୍ଚିବ ବୋଲି ମନ୍ତ୍ରୀ ଜେନା କହିଛନ୍ତି।

Share